ବିଳମ୍ବ ହେଲେ ବି ମ୍ୟାଟ୍ରିକ ଓ ଯୁକ୍ତ୨ ପରୀକ୍ଷା ନିଶ୍ଚିତ ହେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷରେ ନିଶ୍ଚିତ ଭାବରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ହେବ । ପରୀକ୍ଷାରେ ସାମାନ୍ୟ ବିଳମ୍ବ ହୋଇପାରେ କିନ୍ତୁ ପରୀକ୍ଷା ନିଶ୍ଚିତ ଭାବରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।

ଆଜି ସେ କହିଛନ୍ତି ଯେ ସର୍ବନିମ୍ନ ୩ ମାସ ପାଠ ପଢାପରେ  ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ହେବ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି, ତେବେ ପରୀକ୍ଷା ବନ୍ଦ କରାଯାଇପାରେ । ମାତ୍ର ପରୀକ୍ଷା ବନ୍ଦ ନେଇ ଓଡ଼ିଶା ସରକାର କୌଣସି ନିଷ୍ପତ୍ତି ନେବେ ନାହିଁ । କାରଣ ପରୀକ୍ଷା ବନ୍ଦ ହେଲେ ପିଲାମାନେ ଗୋଟିଏ ବର୍ଷ ପଛେଇଯିବେ । ଅନ୍ୟପକ୍ଷରେ ଆସନ୍ତା ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର