ତାଲାବନ୍ଦ ସରିବାର ୭ ଦିନ ଭିତରେ ମାଟ୍ରିକ ଖାତାଦେଖା ଆରମ୍ଭ ହେବ, ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ

ଭୁବନେଶ୍ବର: ମାଟ୍ରିକ ଖାତା ମୂଲ୍ୟାୟନ ସଂପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  । ସେ କହିଛନ୍ତି, ଲକଡାଉନ୍ ପରେ ଖୁବଶୀଘ୍ର  ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ।  ଲକଡାଉନ ଅବଧି ସରିବାର ୭ ଦିନ ଭିତରେ ମାଟ୍ରିକ ପିଲାଙ୍କ ଖାତା ଦେଖା ହେବ । ଖାତା ଦେଖା ନେଇ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି । ମାଟ୍ରିକ ଖାତା ଦେଖା ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  ଗଣମାଧ୍ୟମକୁ କହିଛନ୍ତି।

ତେବେ ସବୁଠାରୁ ବଡ କଥା ହେଉଛି ୪୫ ଦିନ ଭିତରେ ଖାତା ଦେଖା ସରିବ ଆଉ ସଙ୍ଗେ ସଙ୍ଗେ ଫଳ ପ୍ରକାଶ ପାଇବ। ଖାତା ଦେଖିବା ପାଇଁ ଅଧିକ ଶିକ୍ଷକ ନିଯୁକ୍ତ ହେବେ । ଯେଉଁ ଶିକ୍ଷକମାନଙ୍କ ନାମ ପରୀକ୍ଷକ ତାଲିକାର ୱେଟିଂ ଲିଷ୍ଟରେ ଅଛି ସେମାନଙ୍କୁ ନିୟୋଜିତ କରାଯିବ। ଶୀଘ୍ର ଖାତା ଦେଖାଯାଇ କେମିତି ଶୀଘ୍ର ଫଳ ପ୍ରକାଶ ହେବ ସେଥିଲାଗି ବୋର୍ଡ ପ୍ରସ୍ତୁତ ଅଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂକ୍ରମଣ ରୋକିବାକୁ ଖାତାଦେଖା ସମୟରେ ବି ସାମାଜିକ ଦୂରତା ବଜାୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର