ଭୁବନେଶ୍ବର: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ଫେବ୍ରୁଆରି ୧୦ ତାରିଖ ମଧ୍ୟ ରାତ୍ରୀ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ୨ ଫେବ୍ରୁଆରି ଯାଏଁ ଥିଲା ଫର୍ମ ପୂରଣର ଅବଧି। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇ ସାରିଛି ମାଟ୍ରିକ ଫର୍ମ ପୂରଣ । କିନ୍ତୁ ବର୍ତ୍ତମାନ ମାଟ୍ରିକ ଫର୍ମ ପୂରଣ ଚଳିତ ମାସ ୧୦ ତାରିଖ ଯାଏଁ ଜାରି ରହିବ।
ଜାନୁଆରି ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ସେହିଭଳି ୯ମ ଓ ଏକାଦଶ ଶ୍ରେଣୀ ପିଲାମାନେ ଫେବ୍ରୁଆରି ୮ ତାରିଖରୁ ଅଫଲାଇନ୍ରେ କ୍ଲାସ କରିବେ। ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠପଢା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Form-Fill-Up-Date-Extended-For-Matric-Students_Thumbnail.jpg)