ଅଗଷ୍ଟ ୧୧ରୁ ମାଟ୍ରିକ ଖାତା ଦେଖା, ୩ ଦିନ ଚାଲିବ

ଭୁବନେଶ୍ବର : ଅଫଲାଇନରେ ଚାଲିଥିବା ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅଗଷ୍ଟ ୧୧ରୁ ଖାତା ଦେଖା ଆରମ୍ଭ ହୋଇ ତିନିଦିନରେ ଶେଷ ହେବ । ୭ଟି ଜିଲ୍ଲାରେ ୯ଟି କେନ୍ଦ୍ରରେ ପ୍ରାୟ ୧୫ ଶହ ପରୀକ୍ଷାର୍ଥୀଙ୍କ ଖାତା ଦେଖାଯିବ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପାଇଁ ଏଥର ବାର୍ଷିକ ମାଟ୍ରିକ ପରୀକ୍ଷା ହୋଇ ନଥିଲା । ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାଙ୍କନ କରି ରେଜଲ୍ଟ ପ୍ରକାଶ କରାଯାଇଥିଲା । କିନ୍ତୁ ଯେଉଁ ଛାତ୍ରଛାତ୍ରୀ ଏହି ବିକଳ୍ପ ମୂଲ୍ୟାଙ୍କନରେ ଅସନ୍ତୋଷ ପ୍ରକଟ କରିଥିଲେ ସେମାନଙ୍କ ପାଇଁ ଅଫଲାଇନ ପରୀକ୍ଷା କରାଯାଇଥିଲା ।

ସମ୍ବନ୍ଧିତ ଖବର