ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷା ଦିନ ମିଳିବ ଅଧିକ ୧୫ ମିନିଟ୍‌

କଟକ: ପୂର୍ବ ବର୍ଷମାନଙ୍କରେ ମାର୍ଚ ମାସରେ ମାଟ୍ରିକ ପରୀକ୍ଷା କରାଯାଉଥିବା ବେଳେ ଏ ବର୍ଷ ଟିକେ ଆଗୁଆ ହେବ ବୋଳି ସୂଚନା ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ଏ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରିରେ କରିବାର ଘୋଷଣା କରିଛନ୍ତ। ସୂଚନା ମୁତାବକ ଫେବ୍ରୁଆରି ୨୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ। ଦୀର୍ଘ ୧୩ ଦିନ ଧରି ପରୀକ୍ଷା ଚାଲି ମାର୍ଚ ୮ ତାରିଖରେ ଶେଷ ହେବ। ଗଣିତ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀମାନେ ଅଧିକ ୧୫ ମିନିଟ୍‌ ପାଇବେ। ଗଣିତ ପରୀକ୍ଷା ସକାଳ ୯ଟାରୁ ୧୧.୪୫ ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର