ମାଟ୍ରିକ୍ ପରୀକ୍ଷା: ବିଜ୍ଞାନରେ ୨୭୯ମାଲ୍‌ପ୍ରାକ୍ଟିସ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚାଲିଥିବା ମାଟ୍ରିକ ପରୀକ୍ଷାର ସାଧାରଣ ବିଜ୍ଞାନ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ବିଜ୍ଞାନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ୨୭୯ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍ ହୋଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ପ୍ରତି ଦିନ କିଛି ନା କିଛି ବିଭ୍ରାଟ ହୋଇଥିବା ବେଳେ ଆଜି ‌ହୋଇଥିବା ବିଜ୍ଞାନ ପରୀକ୍ଷାରେ ବିନା ବିଭ୍ରାଟରେ ପରିଚାଳିତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର