ଅନ୍‌ଲାଇନ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ସୂଚନା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୨୩ତାରିଖରୁ ଆରମ୍ଭ ହେଉଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ମାଟ୍ରିକ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାର ପରୀକ୍ଷା କେନ୍ଦ୍ର ସଂକ୍ରାନ୍ତୀୟ ସମସ୍ତ ସୂଚନା ଅନ୍‌ଲାଇନ୍‌ରେ ମିଳିବ। ଚଳିତବର୍ଷ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ଏପରି ନୂଆ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ହେଉଥିବା ଦିନଗୁଡ଼ିକରେ କେନ୍ଦ୍ରର ସମସ୍ତ ସୂଚନା ଅନ୍‌ଲାଇନ୍‌୍‌ ଉପଲବ୍ଧ ହେବ। ଏହାର ଅନ୍‌ଲାଇନ୍‌ ଲିଙ୍କ୍‌ ବୋର୍ଡ େଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେବ। ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ହିଁ ଏହାର ଲଗ୍‌ଇନ୍‌ ଅଥରିଟି ଅଟନ୍ତି। ସୁପରିଟେଣ୍ଡେଣ୍ଟ ସ୍କୁଲ କୋଡ୍‌ ଓ ପାସ୍‌ଓ୍ଵାର୍ଡ ବ୍ୟବହାର କରି ଏହାକୁ ଖୋଲିପାରିବେ। ପ୍ରତିଦିନ ପରୀକ୍ଷା ସରିବା ପରେ ତଥା ଅପରାହ୍‌ଣ ୩ଟା ପୂର୍ବରୁ କେନ୍ଦ୍ର ସଂକ୍ରାନ୍ତୀୟ ସୂଚନା ମିଳିପାରିବ। ଏହି ଲିଙ୍କ୍‌ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯିବ। ଲିଙ୍କ୍‌, ୟୁଜର ଆଇଡି, ପାସ୍‌ଓ୍ଵାର୍ଡ ଆଦି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଇ-ମେଲ୍‌ ଯୋଗେ ଜଣାଇ ଦିଆଯିବ। ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍‌ଙ୍କ ଦ୍ୱାରା ସେଣ୍ଟର ପ୍ରୋଫାଇଲ୍‌, ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସ୍ଥିତି, ସ୍କ୍ଵାଡ୍‌ପାର୍ଟି, ଏମ୍‌ପି ଛାତ୍ରଛାତ୍ରୀଙ୍କ ସଂଖ୍ୟା, ବିଷୟ ପରିବର୍ତ୍ତନ ପ୍ରସଙ୍ଗ ଆଦି ସମସ୍ତ ସୂଚନା େଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋର୍ଡ କରାଯିବ। ଏହି ନୂୂଆ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ହେବା ପାଇଁ ତଥା ଅଭ୍ୟାସ କରିବା ପାଇଁ ବୋର୍ଡ ପକ୍ଷରୁ ଏହାର ଲିଙ୍କ୍‌ ଫେବ୍ରୁଆରି ୨୦ ତାରିଖ ଦିନ ୧୨ଟାରୁ ଫେବ୍ରୁଆରି ୨୧ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ। ପୁଣି ଆସନ୍ତା ୨୩ ତାରିଖ ଦିନ ୧୧ଟାରୁ ସୂଚନା ଅପ୍‌ଲୋର୍ଡ କରିବାକୁ ଖୋଲା ରହିବ। ପରୀକ୍ଷା କେନ୍ଦ୍ରର ତଥ୍ୟ ଅପ୍‌ଲୋର୍ଡ କରିବା ସଂକ୍ରାନ୍ତୀୟ ସମସ୍ତ ସୂଚନା ଓ ନିର୍ଦ୍ଦେଶାବଳୀ ବୋର୍ଡ େଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହୋଇଛି ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର