ବଲାଙ୍ଗୀର: ମାଟ୍ରିକ୍‌ ପରୀକ୍ଷାର ଇଂରାଜୀ ପ୍ରଶ୍ନ ଏବଂ ଉତ୍ତର ପତ୍ର ଭାଇରାଲ୍‌

ବଲାଙ୍ଗୀର: ସୋମବାର ଦିନ ଅନୁଷ୍ଠିତ ମାଟ୍ରିକ୍‌ ପରୀକ୍ଷାର ଇଂରାଜୀ ପ୍ରଶ୍ନ ଏବଂ ଉତ୍ତର ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁତଳା ଅଞ୍ଚଳରେ ଇଂରାଜୀ ପ୍ରଶ୍ନ ଏବଂ ଉତ୍ତର ପତ୍ର ବିଶେଷକରି, ହ୍ଵାଟ୍‌ସ୍‌ଆପ୍‌ରେ ଭାଇରାଲ୍‌ ହୋଇଛି। କିନ୍ତୁ, ଏହା କେଉଁ ସ୍କୁଲ୍‌ରୁ ଲିକ୍‌ ହେବା ପରେ ଭାଇରାଲ୍‌ ହୋଇଛି, ତାହା ଜଣାପଡ଼ି ନାହିଁ।

ପ୍ରଶ୍ନପତ୍ର ଭାଇରାଲ୍‌ ଘଟନା ଦୃଷ୍ଟିକୁ ଆସି ନାହିଁ। ଅଭିଯୋଗ ହେଲେ ଏ ସଂକ୍ରାନ୍ତରେ ତଦନ୍ତ କରାଯିବ ବୋଲି ଡିଇଓ କହିଛନ୍ତି।

ମାଟ୍ରିକ ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍‌ ହୋଇନାହିଁ। ଅସଲି ପ୍ରଶ୍ନପତ୍ର ସହ ମିଳାଇବା ପରେ ଏହା ଭାଇରାଲ୍‌ ହୋଇ ନ ଥିବା ଜଣାପଡ଼ିଛି। ଏହା କିଛି ଲୋକଙ୍କ ଦୁଷ୍ଟାମି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଜାହାନ୍‌ ଆରା ବେଗମ୍‌ କହିଛନ୍ତି।

ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନ ଥିବା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଘଟନାରେ ଡିଇଓ ଥାନାରେ ଏତଲା ଦେବା ପରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ହାଇସ୍କୁଲ୍‌ର ୨ ଜଣ ଶିକ୍ଷକଙ୍କ ନାମରେ ସୋମବାର ଦିନ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର