ଭୁବନେଶ୍ୱର/କଟକ : ଆସନ୍ତା ୨୯ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ମଧ୍ୟ ପ୍ରକାଶ କରାଯିବ। ପୂର୍ବାହ୍ନ ୧୧ଟା ୩୦ରେ ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀ ‘www.bseodisha.ac.in’ ଓ ‘www.bseodisha.nic.in’ ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଏହାବ୍ୟତୀତ ଛାତ୍ରଛାତ୍ରୀ ୫୬୭୬୭୫୦ ନମ୍ବରକୁ OR01
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସୁବିଧା ଲାଗି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ପରୀକ୍ଷା ଫଳ ପ୍ରକାଶଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ ଖୋଲା ରହିବ। ଟେଲିଫୋନ ନମ୍ବର ‘୦୬୭୧-୨୪୧୨୦୫୯’ ଓ ‘୦୬୭୧-୨୪୧୨୦୬୦’ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକ ଉକ୍ତ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ। ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଉକ୍ତ ଦିନ ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୋର୍ଡ ପରୀକ୍ଷା କମିଟି ବୈଠକ ବସି ପରୀକ୍ଷା ଫଳ ଅନୁମୋଦନ କାର୍ଯ୍ୟ ଶେଷ କରାଯିବ।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ୨୮୮୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୯ରୁ ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ତେବେ ଗୋଟିଏ ଦିନ ଖାତା ମୂଲ୍ୟାୟନ ହେବା ପରେ କରୋନା ସଂକ୍ରମଣ ଯୋଗୁଁ ମୂଲ୍ୟାୟନକୁ ସ୍ଥଗିତ କରାଯାଇଥିଲା। ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ମେ’ ୪ର୍ଥ ସପ୍ତାହରୁ ପୁଣିଥରେ ମୂଲ୍ୟାୟନ ଆରମ୍ଭ ହୋଇଥିଲା। ମେ’ ୨୦ରୁ ଖାତା ଦେବା ଲାଗି ସ୍ଥିର ହୋଇଥିଲେ ମଧ୍ୟ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଏହାକୁ ପରିବର୍ତନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/board-secondary-edu.jpg)