କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତାକାଲିଠାରୁ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟର ୫୭ଟି କେନ୍ଦ୍ରରେ ବ୍ୟବସ୍ଥା ହୋଇଥିବା ବେଳେ ଏଥିପାଇଁ ୧୩,୨୮୦ ଜଣ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଏକ ସମୟରେ ମାଟ୍ରିକ, ମଧ୍ୟମା ଓ ଓପନ୍ ସ୍କୁଲ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ଯୋଜନା ହୋଇଥିବା ବେଳେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସଂଘର ଆନ୍ଦୋଳନ ମୂଲ୍ୟାୟନ କାର୍ଯ୍ୟରେ ପ୍ରତିବନ୍ଧକ ସାଜିବା ଆଶଙ୍କା କରାଯାଉଛି। ଅନ୍ୟପଟେ ଏଥିପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ମୂଲ୍ୟାୟନ ପ୍ରକ୍ରିୟାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ କହିଛନ୍ତି। ସୂଚନା ଅନୁଯାୟୀ ଗତକାଲି ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ବୋର୍ଡ ଦ୍ୱାରା ନିଯୁକ୍ତ କ୍ୟାମ୍ପ୍ ଅଫିସର, କ୍ୟାମ୍ପ ସୁପରଭାଇଜରଙ୍କ ସମେତ ଅଧିକାଂଶ ପରୀକ୍ଷକ ଯୋଗ ଦେଇଥିଲେ। ଆଜି ମଧ୍ୟ ମୂଲ୍ୟାୟନ କେନ୍ଦ୍ରରେ କିଛି ପରୀକ୍ଷକ ଯୋଗ ଦେଇଥିବା ବେଳେ ଆଜି ଅପରାହ୍ଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜି ଅଧିକାଂଶ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଶିକ୍ଷକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରବିବାର ଅପରାହ୍ଣରେ କେନ୍ଦ୍ରରେ ଡିଇଓଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ରିପୋର୍ଟିଂ ଟାଇମ୍ ଥିବାରୁ ଅବଶିଷ୍ଟ ଶିକ୍ଷକ ମୂଲ୍ୟାୟନ କାର୍ଯ୍ୟରେ ଯୋଗଦେବାର ସମ୍ଭାବନା ରହିଛି। ଯଦି କିଛି ଶିକ୍ଷକ ଅନୁପସ୍ଥିତ ରୁହନ୍ତି ତେବେ ପରୀକ୍ଷକମାନଙ୍କ େଓ୍ଵଟିଂଲିଷ୍ଟରୁ ଶିକ୍ଷକ ଚୟନ କରାଯାଇ ଅନ୍ ସ୍ପଷ୍ଟ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି।
ଆଜିଠାରୁ ୫୭ କେନ୍ଦ୍ରରେ ମାଟ୍ରିକ ଖାତାଦେଖା
ମୂଲ୍ୟାୟନ କେନ୍ଦ୍ର ଆଗରେ ଶିକ୍ଷକ ସଂଘର ବିକ୍ଷୋଭ
/sambad/media/post_attachments/wp-content/uploads/2018/03/matric.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)