ଆଉ ୩ ଅଟକ, ୭ଜେଲ୍ ଗଲେ

କଟକ/ନୂଆପଡ଼ା : ମାଟ୍ରିକ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ପୁଲିସ ଆଜି ଆଉ ତିନି ଜଣକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଗତକାଲି ୫ଜଣ ଗିରଫ ହୋଇଥିବା ବେଳେ ଆଜି ନୂଆପଡ଼ା ଜିଲ୍ଲାର ଅନ୍ୟ ତିନି ଜଣଙ୍କୁ ପୁଲିସ ଅଟକ ରଖିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ସେହିଭଳି, ଗତ ୨୨ ତାରିଖ ଦିନ ମାଟ୍ରିକ ପରୀକ୍ଷାର ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା‌ରେ ଗିରଫ ହୋଇଥିବା ୭ ଜଣଙ୍କୁ ପୁଲିସ ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର