ଭୁବନେଶ୍ୱର: ରେଭେନ୍‌ସା ୟୁନିଭରସିଟିରେ ଏମବିଏ ପରୀକ୍ଷା ପାଇଁ ସିକ୍ୟୁରିଟି କୋଡ୍‌ ଓ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିବା ବେଳେ ହାଇଦ୍ରାବାଦର ଏକ କମ୍ପାନି ରେଭେନ୍‌ସା ପାଇଁ ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା। ଆଉ ଏହି କୌଶଳକୁ ଆପଣେଇ ଚଳିତ  ମାଟ୍ରିକ ପରୀକ୍ଷାକୁ କପିମୁକ୍ତ କରାଯିବା ନେଇ ପ୍ରସ୍ତୁତି ଚାଲିଛି।

Advertisment

publive-image The Times of India

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ ଓ ପ୍ରଶ୍ନ ପତ୍ରରେ ଡିଜିଟାଲ୍‌ ଲକ ରହିବ। ଆଉ ଏହି କୋଡକୁ ଖାଲି ଆଖିରେ ଦେଖି ହେବ ନାହିଁ । କିନ୍ତୁ ଯଦି କେହି ପ୍ରଶ୍ନ ପତ୍ରର ଫଟୋ ଉଠାଇଲେ ତେବେ ଏହା ସିକ୍ୟୁରିଟି କୋଡ ଆଡମିନଙ୍କୁ ଜଣା ପଡିଯିବ । ଫଳରେ କପି ରୋକାଯାଇପାରିବ ।

ଗତବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷାର ୧୫ ମିନିଟ୍‌ ମଧ୍ୟରେ, ରାଜ୍ୟର ବିଭିନ୍ନ ସ୍ଥାନକୁ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ମାଟ୍ରିକ ପ୍ରଶ୍ନପତ୍ର । ଯେଉଁଥିପାଇଁ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ମାତ୍ର ଏଥର କପି ରୋକିବା ପାଇଁ ବୋର୍ଡ ନୂଆ ପଦକ୍ଷେପ ନେଉଛି ।

publive-image

ଅର୍ଥାତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ପରୀକ୍ଷା ପ୍ରଶ୍ନପତ୍ର ଖୋଲିପାରିବେ ନାହିଁ । ପରୀକ୍ଷା ସମୟ ଅନୁସାରେ ସାରା ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକା ସମୟରେ ପ୍ରଶ୍ନପତ୍ରର ଲକ ଖୋଲିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଶ୍ନପତ୍ରକୁ ଜେରକ୍ସ କରାଗଲେ ବି ଧରାପଡିଯିବ । କାରଣ ଜେରକ୍ସ ଉପରେ କପି ଲେଖା ଆସିଯିବ। ଏଥର ପ୍ରାୟ ୬ ଲକ୍ଷ ପ୍ରଶ୍ନପତ୍ର ଛପାଯିବାକୁ ଥିବା ବେଳେ ସିକ୍ୟୁରିଟ୍‌ କୋଡ୍‌ ପାଇଁ ରାଜ୍ୟ ବାହାର ଆଇଟି ଫାର୍ମ ସହ ଚୁକ୍ତି ହୋଇଥିବା ଜଣାପଡ଼ିଛି ।