କେନ୍ଦ୍ରାପଡ଼ା : ମାଟ୍ରିକ୍ ପରୀକ୍ଷା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପରୀକ୍ଷା ଆରମ୍ଭଦିନରୁ ଆଜିପର୍ଯ୍ୟନ୍ତ ଚାରିଟି ବିଷୟରେ ୫ଶହରୁ ଅଧିକ ଲେଖାଏଁ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଛନ୍ତି। ଗତବର୍ଷ ବି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଚଳିତବର୍ଷ ବି ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ବାସ୍ତବରେ ପିଲାମାନେ ନିଜେ ସମ୍ମେଟିଭ୍-୧ ଓ ୨ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିଲେ ନା ଶିକ୍ଷକମାନେ ସ୍କୁଲ୍ରେ ଉପସ୍ଥାନ ଅଧିକ ଦେଖାଇବା ସକାଶେ ସେମାନଙ୍କ ପାଇଁ ଫର୍ମ ପୂରଣ କରି ଦେଇଥିଲେ, ତାହା ଏବେ ତଦନ୍ତର ଅପେକ୍ଷା ରଖୁଛି।
ଜିଲ୍ଳା ଶିକ୍ଷା ବିଭାଗର ରେକର୍ଡ କହୁଛି ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ମୋଟ୍ ୧୯ହଜାର ୯୫୩ପିଲାଙ୍କ ଫର୍ମ ପୂରଣ ହୋଇଥିଲା। ସେମାନଙ୍କ ମଧୢରେ ୧୯ହଜାର ୪୮୫ରେଗୁଲାର୍ ପିଲା ଥିବାବେଳେ ୩୦୫ ମଧୢମା, ୧୬୩ ରାଜ୍ୟ ମୁକ୍ତ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର୍ଥୀ ଥିଲେ। କିନ୍ତୁ, ପରୀକ୍ଷା ପ୍ରଥମ ଦିନରୁ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସ˚ଖ୍ୟା ୫ଶହରୁ ଅଧିକ ରହୁଛି। ଗତ ୧୦ତାରିଖରେ ଆରମ୍ଭ ହୋଇଥିବା ପ୍ରଥମ ଓଡ଼ିଆ ଭାଷା ବିଷୟରେ ୫୦୯ପିଲା ପରୀକ୍ଷା ଦେଇ ନଥିଲେ। ଦ୍ବିତୀୟ ଦିନ ଇ˚ରାଜୀ ବିଷୟରେ ଅନୁପସ୍ଥିତ ପିଲାଙ୍କ ସ˚ଖ୍ୟା ୫୨୩ ଥିଲା। କିନ୍ତୁ ସ˚ସ୍କୃତ/ହିନ୍ଦୀ ବିଷୟରେ ଏ ସ˚ଖ୍ୟା ଆହୁରି ବଢ଼ି ଯାଇଥିଲା। ୫୭୦ ପିଲା ହିନ୍ଦୀ/ସ˚ସ୍କୃତ ପରୀକ୍ଷା ଦେଇ ନଥିଲା ବେଳେ ଗୁରୁବାର ଅନୁଷ୍ଠିତ ସାଧାରଣ ବିଜ୍ଞାନ ପରୀକ୍ଷାରେ ୫୧୪ପିଲା ଅନୁପସ୍ଥିତ ରହିଛନ୍ତି। ସେହିପରି, ଇ˚ରାଜୀ ଓ ସାଧାରଣ ବିଜ୍ଞାନ ପରୀକ୍ଷାରେ କପି କରି ଯଥାକ୍ରମେ ପାଞ୍ଚ ଓ ଛଅ ଜଣ ପିଲା ସ୍କ୍ବାଡ୍ ହାତରେ ଧରାପଡ଼ିଛନ୍ତି।
ପ୍ରଶ୍ନ ଉଠୁଛି, ଫର୍ମ ପୂରଣ ପରେ ପିଲାମାନେ ପରୀକ୍ଷା ଦେଉ ନାହାନ୍ତି କାହିଁକି? ଏହାପଛର କାରଣ କ’ଣ ହେଇପାରେ? ପ୍ରଥମତଃ ଅନୁପସ୍ଥିତ ଥିବା ପିଲାଙ୍କ ଫର୍ମ ପୂରଣ ସନ୍ଦେହରେ ରହିଛି। ସେମାନେ ନିଜେ ଫର୍ମ ପୂରଣ କରିଛନ୍ତି ନା ଶିକ୍ଷକମାନେ ସେମାନଙ୍କ ପାଇଁ କରିଛନ୍ତି, ତାହା ତଦନ୍ତରୁ ଜଣାପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Khordha-Matric-Summative-Exam-2022-23-1.jpeg)