ସମଗ୍ର ରାଜ୍ୟର ବିଭିନ୍ନ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

କଟକ: ଶୁକ୍ରବାର ନିର୍ଦ୍ଧାରିତ ସମୟ ଅନୁସାରେ ରାଜ୍ୟବ୍ୟାପୀ ବିଭିନ୍ନ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ଯାଇଛି। ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯିବା ଲାଗି ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍‌ କାର୍ଡ ସହ ଧାଡ଼ିବାନ୍ଧି ବିଭିନ୍ନ ସ୍କୁଲ୍‌ ଫାଟକ ସାମ୍ନାରେ ଅପେକ୍ଷା କରିଛନ୍ତି।

ରେଗୁଲ୍‌, ଏକ୍ସ୍‍ରେଗୁଲାର, ମଧ୍ୟମା ଓ ଓପନ୍‌ ସ୍କୁଲ୍‌ର ପରୀକ୍ଷା ଏହି ପରୀକ୍ଷା ସୂଚୀ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।

ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ୨୯୫୩ଟି କେନ୍ଦ୍ର ଖୋଲାଯାଇଛି ଏବଂ ଏଥିରେ ୫ ଲକ୍ଷ ୮୭ ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।

ପରୀକ୍ଷା ସୁପରିଚାଳନା ନିମନ୍ତେ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ଵାଡ୍‌, ବୋର୍ଡ ଅଫ୍‌ ସେକେଣ୍ଡାରି ଏଡୁକେସନ୍‌ର ୪୪ଟି କେନ୍ଦ୍ରୀୟ ସ୍କ୍ଵାଡ୍‌ ଏବଂ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ଵାଡ୍‌ ସବୁ ଗଠନ କରାଯାଇଛି।

ମାଟ୍ରିକ୍‌ ପରୀକ୍ଷା ସକାଳ ୧୦ଟାରୁ ୧୨: ୩୦ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଗଣିତ ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୨: ୪୫ରେ ସରିବ। ମଧ୍ୟମା ଏବଂ ଓପନ୍‌ ସ୍କୁଲ୍‌ ପରୀକ୍ଷା ଅପରାହ୍‌ଣ ଦୁଇଟାରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର