କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍ଲାଇନ ଆବେଦନ ଅଗଷ୍ଟ ୬ତାରିଖରୁ ଆରମ୍ଭ ହେବ। ଅନ୍ଲାଇନ୍ ଆବେଦନର ସମସ୍ତ ନିୟମାବଳୀ ବୋର୍ଡର ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ଆବେଦନ କରିବାକୁ ଚାହୁଁଥିବା ପରୀକ୍ଷାର୍ଥୀ ଆସନ୍ତା ୧୮ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଷ୍ଟେଟ୍ବ୍ୟାଙ୍କ୍ କଲେକ୍ଟ ମାଧ୍ୟମରେ ଫି ଦାଖଲ କରିପାରିବେ। ଯେଉଁମାନେ ଶେଷ ମୁହୂର୍ତ୍ତରେ ଫି ଦାଖଲ କରିବେ ସେମାନେ ଅଗଷ୍ଟ ୧୯ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମ ଦାଖଲ କରିପାରିବେ। ବୋର୍ଡ କର୍ତ୍ତୃପକ୍ଷ ପୁନଃ ଯାଞ୍ଚ ପ୍ରକ୍ରିୟାକୁ ଆସନ୍ତା ୩ ମାସ ମଧ୍ୟରେ ସମାପ୍ତ କରି ସଂଶୋଧିତ ସାର୍ଟିଫିକେଟ୍ ଓ ମାର୍କସିଟ୍ ପ୍ରଦାନ କରିବେ ଏବଂ ଆଦେବନକାରୀମାନେ ଖାତାର ଜେରକ୍ସ କପି ବୋର୍ଡ ୱେବ୍ସାଇଟରୁ ଡାଉନ୍ଲୋଡ୍ କରି ନେଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଗଷ୍ଟ ୨୮ତାରିଖ ମଧ୍ୟରେ ଅଫ୍ଲାଇନ୍ରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ବା ଯେକୌଣସି ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟଦିବସରେ ପୁନଃଯାଞ୍ଚ ବା ଜେରକ୍ସ କପି ପାଇଁ ଆବେଦନ କରିପାରିବେ।
ମାଟ୍ରିକ୍ ଖାତା ରିଚେକିଂ ଆବେଦନ ୬ରୁ
/sambad/media/post_attachments/wp-content/uploads/2020/05/10th-exam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)