ମାଟ୍ରିକ ପରୀକ୍ଷାର ଶେଷ ଦିନ ବି ଭାଇରାଲ ହେଲା ପ୍ରଶ୍ନପତ୍ର 

ଭୁବନେଶ୍ୱର: ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ । ଆଜି ବି ପୁଣି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସାମାଜିକ ବିଜ୍ଞାନ ପରୀକ୍ଷା ଚାଲିଥିବା ବେଳେ  ବଲାଙ୍ଗିରରେ  ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି ।

ବଲାଙ୍ଗିରର ଦେଓଗାଁରେ ଅ।ଜି ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି । ପରୀକ୍ଷା ନ ସରୁଣୁ ମୋବାଇଲରୁ ମୋବାଇଲକୁ  ପ୍ରଶ୍ନପତ୍ର ଘୁରି ବୁଲିଥିବାର ଅଭିଯୋଗ ହୋଇଛି।

କିନ୍ତୁ ଏକଥାକୁ ସ୍ପଷ୍ଟଭାବେ ସ୍ୱୀକାର କରୁନାହାନ୍ତି କି ଖଣ୍ଡନ କରୁ ନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି । ସେ କହିଛନ୍ତି ଯେ ପରୀକ୍ଷା ପ୍ରଶ୍ନପତ୍ର ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ରକୁ  ମିଳାଇଲା ପରେ ପ୍ରକୃତ କଥା ଜଣାପଡ଼ିବ ।

ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ଗଣିତ ପ୍ରଶ୍ନପତ୍ର ବି ଭାଇରାଲ୍ ହୋଇଥିଲା। ଏହା ଉପରେ ବୋର୍ଡପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥର ମାଟ୍ରିକ୍‌ ପରୀକ୍ଷାରେ ଯେଉଁଭଳି ପ୍ରଶ୍ନପତ୍ର ଭାଇରାଲ ହେଲା ଆଗରୁ ସେଭଳି ହୋଇ ନ ଥିଲା ।

 

ସମ୍ବନ୍ଧିତ ଖବର