ଏ ବର୍ଷ ପ୍ରଶ୍ନପତ୍ର ଲିକ୍ ହେବନି: ମନ୍ତ୍ରୀ

ଯିଏ ଲିକ୍ କରିବ ଧରାପଡ଼ିବ

ଭୁବନେଶ୍ବର : ଆସନ୍ତା‌ +୨ ଓ ୧୦ମ ଶ୍ରେଣୀ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍ ହେବାର ସମ୍ଭାବନା ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏଥର ପ୍ରତ୍ୟେକ ପ୍ରଶ୍ନପତ୍ରକୁ କୋଡିଂ କରାଯାଇଥିବାରୁ କେଉଁ ପ୍ରଶ୍ନପତ୍ର କେଉଁ ପିଲା ପାଖରୁ ଭାଇରାଲ୍ ହେଲା ତାହା କୋଡିଂରୁ ଜଣାପଡ଼ିଯିବ। ଏଥର ପ୍ରଶ୍ନପତ୍ର ଯେପରି ଲିକ୍ ନହେବ ସେଥିପାଇଁ ବହୁତ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି। ପରୀକ୍ଷା ସମୟରେ କେଉଁ ପିଲାକୁ କେଉଁ କୋଡ୍‌ ଥିବା ପ୍ରଶ୍ନପତ୍ର ଦିଆଗଲା ତା’ର ରେକର୍ଡ ରହିବ। ଯଦି କୌଣସି ପିଲାର ପ୍ରଶ୍ନପତ୍ରର ନକଲ ଭାଇରାଲ୍ ହେଉଥିବ ତେବେ ସେଥିରେ ‌ଥିବା କୋଡ୍‌କୁ ଦେଖି ପ୍ରଶ୍ନପତ୍ରଟି କେଉଁଠୁ ଭାଇରାଲ୍‌ ହୋଇଛି ଜଣାପଡ଼ିଯିବ। ସେହିପରି ଯଦି କେଉଁଠୁ ପ୍ରଶ୍ନପତ୍ର ଭାଇରାଲ୍ ହେଲା, ଯେଉଁଠୁ ହୋଇଥିବ, ଯାହାର ହୋଇଥିବ ଏବଂ ଯେଉଁ ଅଧିକାରୀଙ୍କ ଅବହେଳାରୁ ହୋଇଥିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେଲା +୨ ଓ ଦଶମ ଶ୍ରେଣୀ ପରୀକ୍ଷାବେଳେ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଏକ ନିୟମିତ ଘଟଣା ପାଲଟିଯାଇଛି। ପ୍ରତ୍ୟେକ ବର୍ଷ ଏକାଧିକ ବିଷୟର ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବାରୁ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଛନ୍ତି। ଏପରିକି ପରୀକ୍ଷା ପରିଚାଳନାରେ ବିଳମ୍ବ ହେବା ସହ ଫଳ ପ୍ରକାଶରେ ବି ବିଳମ୍ବ ହେଉଛି। ‌ତେଣୁ ଏଥର ଯେପରି ପ୍ରଶ୍ନପତ୍ର ଭାଇରାଲ୍ ନହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର