୨୬ ତାରିଖ ସକାଳ ସାଢ଼େ ୧୦ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

କଟକ: ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଭାପତି। ଏଣେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଉପସଭାପତି ନିହାରରଞ୍ଜନ ମହାନ୍ତି କହିଛନ୍ତି ଯେ ସକାଳ ସାଢ଼େ ୧୧ଟା ବେଳକୁ  ୱେବସାଇଟ୍‌ରେ ରେଜଲ୍ଟ ମିଳିବ। ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଛାତ୍ରଛାତ୍ରୀମାନେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ। (website: bseodisha.nic.in.)ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ । OR10<>RollNo<> 5676750 ଟାଇପ କରି ଏହାକୁ ଏସଏମଏସ୍ କଲେ ପିଲାମାନେ ରେଜଲ୍ଟ ଜାଣିପାରିବେ । ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ  ପାଇଁ ଏହି ସୁବିଧା କରାଯାଇଛି। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ବୋଲି ସେ ସୂଚନା ଦେଇଛନ୍ତି।

ଏଣେ ମେ ୨୯ ତାରିଖରୁ ଜୁନ୍ ୧୨ ମଧ୍ୟରେ ପରୀକ୍ଷାର୍ଥୀମାନେ ଖାତା ରିଚେକିଂ ପାଇଁ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର