ବ୍ରହ୍ମପୁର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ରେଗୁଲାରରେ ୪୮ ୩୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୩୪୭୦୩ ଜଣ ପାସ କରିଛନ୍ତି। ହାରାହାରି ପାସ ହାର ରହିଛି ୭୧.୮୫ ପ୍ରତିଶତ। ଜିଲ୍ଲାରେ ଏ-୧ଗ୍ରେଡରେ ୧୭୦ ଜଣ ପାସ କରଛନ୍ତି, ଯାହାକି ରାଜ୍ୟରେ ରେକର୍ଡ଼। ସେହିପରି ଚଳିତ ବର୍ଷ ଏକ୍ସ-ରେଗୁଲାର ୨୫୫୮ଜଣଙ୍କ ମଧ୍ୟରୁ ୧୧୧୨ଜଣ ପାସ କରିଛନ୍ତି। ପାସ ହାର ରହିଛି ୪୩.୮୬ ପ୍ରତିଶତ। ଏକ୍ସ ରେଗୁଲାରରେ ଜଣେ ଛାତ୍ର ଏ-୧ରେ ପାସ କରିଛନ୍ତି। ରେଗୁଲାର ଏବ˚ ଏକ୍ସ ରେଗୁଲାର ମିଶି ଜିଲ୍ଲାରେ ସମୁଦାୟ ୧୭୧ଜଣ ଏ-୧ ଗ୍ରେଡରେ ପାସ କରିଛନ୍ତି। ଜିଲ୍ଲାର ସମୁଦାୟ ପାସ ହାର ରହିଛି ୭୦.୩୫ ପ୍ରତିଶତ। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୨୨୫ଟି ପରୀକ୍ଷା କେନ୍ଦ୍ର ହୋଇଥିଲା।
ଚଳିତବର୍ଷ ଗଞ୍ଜାମ ଜିଲ୍ଲାର ଫଳାଫଳ ରାଜ୍ୟର ସବୁ ଜିଲ୍ଲା ତୁଳନାରେ ଅଧିକ। ଏ ୨ରେ ୧୦୦୪, ବି-୧ରେ ୨୨୩୮ଜଣ, ବି-୨ରେ ୩୯୨୬, ସି-୬୫୧୨, ଡି-୧୦୧୬୨, ଇ-୧୦୬୯୧ ପାସ କରିଛନ୍ତି। ୧୩୫୯୩ ଜଣ ପରୀକ୍ଷାରେ ଅକୃତକାର୍ଯ୍ୟ ଅର୍ଥାତ ହୋଇଛନ୍ତି। କିନ୍ତୁ ଜିଲ୍ଲାର ଗତ ୫ ବର୍ଷର ମାଟ୍ରିକ ପରୀକ୍ଷା ଫଳକୁ ତୁଳନା କଲେ ପାସ ହାର ଏବ˚ ଜିଲ୍ଲାରେ ଏ-୧ ଓ ଏ-୨ସ˚ଖା କ୍ରମାଗତ ଗତ ଭାବେ କମିବାରେ ଲାଗିଛି।
୨୦୧୫ରେ ଜିଲ୍ଲାରେ ୪୮ ୩୬୪ଜଣ ପରୀକ୍ଷା ଦେଇଥିଲେ। ୩୮ ୩୯୬ ପାସ ହୋଇଥିଲା। ହାରାହାରି ପାସ ହାର ଥିଲା ୭୯.୪୯ ପ୍ରତିଶତ। ୨୦୧୬ରେ ମାଟ୍ରିକ ପରୀକ୍ଷା ପାସ ହାର ବୃଦ୍ଧି ପାଇଥିଲା କିନ୍ତୁ ଏ-୧ ଗ୍ରେଡ ସ˚ଖ୍ୟା କମିଥିଲା। ୫୦୭୪୬ଜଣ ପରୀକ୍ଷା ଦେଇଥିବା ବେଳେ ୪୨୧୪୭ଜଣ ପାସ କରିଥିଲେ। ଜିଲ୍ଲାର ପାସ ହାର ଥିଲା ୮୩.୦୫ ପ୍ରତିଶତ। ୨୦୧୭ରେ ପାସ ହାର ଏବ˚ ଏ-୧ ସ˚ଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା। ଜିଲ୍ଲାର ପାସ ହାର ରହିଥିଲା ୮୩.୩୬ ପ୍ରତିଶତ ଏବ˚ ୩୩୫ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରିଥିଲେ। ୨୦୧୮ରେ ଜିଲ୍ଲାର ମାଟ୍ରିକ ପରୀକ୍ଷା ବହୁତ ତଳକୁ ଖସି ଆସିଥିଲା। ଜିଲ୍ଲାରେ ୫୧୪୯୨ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଥିଲେ ୩୫ହଜାର ୫୩୬ଜଣ। ଜିଲ୍ଲାର ରେଗୁଲାର ହାରହାରି ପାସ ହାର ଥିଲା ୭୧.୯୪ ପ୍ରତିଶତ। ୧୭୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରିଥିଲେ।
ଗତ ୫ବର୍ଷର ପରୀକ୍ଷା ଫଳ ଅନୁଧ୍ୟାନ କଲେ ଚଳିତବର୍ଷ ସବୁଠାରୁ କମ ପିଲା ପରୀକ୍ଷାରେ ଅ˚ଶ ଗ୍ରହଣ କରିଥିଲେ। ଆଉ ପାସ ହାର ଏବ˚ ଏ-୧ ଏବ˚ ଏ-୨ ସ˚ଖ୍ୟା ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ଏ-୧ ସ˚ଖ୍ୟାରେ ଚଳିତ ବର୍ଷ ଗଞ୍ଜାମ ଆଗରେ ରହିଥିଲେ ହେଁ ଜିଲ୍ଲାରେ ଏହି ସ˚ଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି।