କଟକ: ଆଜି ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥର ୨୧, ୪୮୭ଜଣ ସପ୍ଲିମେଣ୍ଟାରି ପରୀକ୍ଷାର୍ଥୀଙ୍କ ଭିତରୁ ମୋଟ ୧୫, ୨୪୪ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ସବୁଠାରୁ ବଡ଼ କଥା ହେଲା ଯେ ସପ୍ଲିମେଣ୍ଟାରିରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ୧ ଗ୍ରେଡ୍ ମିଳିନାହିଁ।
ଅପରପକ୍ଷରେ ଏ୨ ଗ୍ରେଡରେ ୧୦, ବି-୧ରେ ୧୯୫, ବି-୨ରେ ୯୩୦, ସି ଗ୍ରେଡରେ ୧୯୦୨, ଡି ଗ୍ରେଡରେ ୩୧୪୦, ଇ ଗ୍ରେଡରେ ୯୦୬୭, ଏଫ୍ ଗ୍ରେଡରେ ୬୨୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଏହି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/board-secondary-edu.jpg)