ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର :  ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଆସନ୍ତା କାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି ପ୍ରକାଶ ପାଇବ ବୋଲି । ରେଜଲ୍ଟ ସଂଧ୍ୟା ୬ଟା ପରେ ଓ୍ବେବସାଇଟ (bseodisha.ac.in ଓ bseodisha.nic.in ) ରେ ଉବଲବ୍ଧ ହେବ ।

ଇଣ୍ଟରନେଟ ସୁବିଧା ନଥିଲେ ଏସଏମଏସ କରି ବି ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ ।

 

 

ସମ୍ବନ୍ଧିତ ଖବର
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.