ଆଜି ମାଟ୍ରିକ୍‌ ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ଆସନ୍ତାକାଲି ସକାଳ ୯ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷାଫଳ ସୂଚନା ପୁସ୍ତିକାକୁ ବୋର୍ଡ କାର୍ଯ୍ୟାଳୟରେ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ ବୋର୍ଡ ପକ୍ଷରୁ ଏକକାଳୀନ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ କରାଯିବ। ଏହି ପରୀକ୍ଷାଫଳ ମଧ୍ୟାହ୍ନ ୧୨ଟାରୁ ବୋର୍ଡର ଓ୍ଵବ୍‌ସାଇଟ୍‌ www.bseodisha.ac.in/ www.bseodisha.nic.in ରେ ଉପଲବ୍ଧ ହେବ। ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲ୍‌ରେ OR10<ROLL NO> ଟାଇପ୍‌ କରି 5676750 କୁ ଏସ୍‌ଏମ୍‌ଏସ୍‌ ପଠାଇ ପରୀକ୍ଷାଫଳ ଜାଣିପାରିବେ।

ଅପରାହ୍‌ଣ ୨ଟାରୁ ଛାତ୍ରଛାତ୍ରୀଙ୍କ ଓଏମ୍‌ଆର୍‌ ଉତ୍ତରଖାତାର ସ୍କାନ କପି ବୋର୍ଡ େଓ୍ଵବ୍‌ସାଇଟ୍‌ www.bseodisha.ac.inରେ ଛଡ଼ାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମ୍‌ଆର୍‌ କପିକୁ ଓ୍ଵବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ଫଳପ୍ରକାଶ ପାଇବାର ୭ଦିନ ପର୍ଯ୍ୟନ୍ତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାର୍ଥୀ, ଅଭିଭାବକଙ୍କ ପାଇଁ କଣ୍ଟ୍ରୋଲରୁମ୍‌ ଖୋଲା ରହିବ। ବିଭିନ୍ନ ସମସ୍ୟା ନେଇ ପରୀକ୍ଷାର୍ଥୀମାନେ 0671-2412060/2412059 ନମ୍ବର ସହିତ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

‘ସମ୍ବାଦ’ ପରିବାରର ହେଲ୍‌ପ ଲାଇନ୍‌

ଚଳିତ ମାଟ୍ରିକ ପରୀକ୍ଷାରେ ସଫଳକାମ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ‘ସମ୍ବାଦ’ ପରିବାର ତରଫରୁ ଅଭିନନ୍ଦନ ଜଣାଉଛୁ। ଇଣ୍ଟରନେଟ୍‌ ମାଧ୍ୟମରେ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଉଛି। କିନ୍ତୁ ଅନେକ ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ନ ଥିବା ଦୃଷ୍ଟିରୁ ଫଳାଫଳ ଜାଣିବା ପାଇଁ ଅସୁବିଧା ଅନୁଭବ ହେଉଥିବ। KMBB Junior Science College ସହଯୋଗରେ ‘ସମ୍ବାଦ’ ପରିବାର ଏଥିପାଇଁ ଏକ ହେଲ୍‌ପ ଲାଇନ୍‌ର ବ୍ୟବସ୍ଥା କରିଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଟେଲିଫୋନ୍‌ ନମ୍ବରରେ ଯୋଗାଯୋଗ କଲେ ଫଳାଫଳ ଜାଣିପାରିବେ।

ନମ୍ବରଗୁଡ଼ିକ ହେଲା: ୭୩୨୮୮୨୦୩୪୦, ୭୩୨୮୮୨୦୩୪୧, ୮୧୧୭୦୫୩୬୯୦, ୮୧୧୭୦୫୩୭୬୯, ୮୬୫୮୩୪୭୭୧୫, ୮୧୧୭୦୫୩୬୮୭, ୭୦୬୪୯୪୬୫୧୪

ସମ୍ବନ୍ଧିତ ଖବର