କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତାକାଲି(ବୁଧବାର) ଦିନ ୧ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିବେ। ବୁଧବାର ଦିନ ୨ଟାରେ ପରୀକ୍ଷାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସଂଯୋଗ ନ ଥିବା ଅଞ୍ଚଳରେ ଏସ୍ଏମ୍ଏସ୍ ଜରିଆରେ ଫଳାଫଳ ଜାଣିହେବ। ପରୀକ୍ଷାର୍ଥୀମାନେ OR10
ଗତ ଶିକ୍ଷାବର୍ଷରେ ଅର୍ଥାତ୍ ୨୦୨୦-୨୧ରେ କରୋନା ସଂକ୍ରମଣ କାରଣରୁ ମାଟ୍ରିକ୍ ପରୀକ୍ଷା କରିବା ସମ୍ଭବ ହୋଇ ନଥିଲା। ଏଥିପାଇଁ ଗତବର୍ଷ ବୋର୍ଡ କର୍ତ୍ତୃପକ୍ଷ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରି ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ କରିଥିଲେ। ଚଳିତବର୍ଷ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅଫ୍ଲାଇନ୍ ମୋଡ୍ରେ ପରିଚାଳନା କରି ଫଳ ପ୍ରକାଶନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସକାଳ ୧୦ଟାରେ ବୋର୍ଡର ପରୀକ୍ଷା କମିଟି ବୈଠକ ବସି ମାଟ୍ରିକ୍ ଫଳାଫଳକୁ ଅନୁମୋଦନ କରିବା ପରେ ଦିନ ୧ଟାରେ ଫଳପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।