ପରୀକ୍ଷାଫଳ ଡାଉନ୍ଲୋଡ଼ ପାଇଁ ୱେବସାଇଟ୍
www.bseodisha.ac.in
www.bseodisha.nic.in
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇବ। ମାଟ୍ରିକ ପରୀକ୍ଷା (ରେଗୁଲାର ଓ ଏକ୍ସ ରେଗୁଲାର) ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅପରାହ୍ନ ୧ଟାରେ ଫଳାଫଳଗୁଡ଼ିକୁ ବୋର୍ଡର ପରୀକ୍ଷା କମିଟି ପାଖରେ ଉପସ୍ଥାପନ କରାଯିବ।
କମିଟିର ସ୍ବୀକୃତି ପାଇବା ପରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ଫଳାଫଳ ପ୍ରକାଶିତ ହେବ। ଏହାବ୍ୟତୀତ ପରୀକ୍ଷାର୍ଥୀମାନେ ସଂଧ୍ୟା ୬ଟା ପରଠୁ ଅନ୍ଲାଇନ୍ରେ ସେମାନଙ୍କର ପରୀକ୍ଷାଫଳ ଜାଣିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରୁ ପରୀକ୍ଷାଫଳକୁ ଡାଉନଲୋଡ କରାଯାଇପାରିବ। ଯେଉଁ ଅଞ୍ଚଳରେ ଯଦି ଇଣ୍ଟରନେଟ୍ ସୁବିଧା ନଥାଏ, ତାହେଲେ ମୋବାଇଲ ମେସେଜ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିହେବ। ମୋବାଇଲ୍ରେ OR01
କରୋନା ମହାମାରୀ ପାଇଁ ଚଳିତ ବର୍ଷ ମେ ୩ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରୀକ୍ଷା ଫଳାଫଳ ନିର୍ଣ୍ଣୟ କରିବା ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା। ମାଟ୍ରିକ (ରେଗୁଲାର) ପରୀକ୍ଷାର୍ଥୀଙ୍କ ପାଇଁ ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରେଣୀରେ ହୋଇଥିବା ଚାରୋଟି ଅଭ୍ୟାସ ପରୀକ୍ଷାରୁ ଶେଷ ତିନୋଟି ଅର୍ଥାତ୍ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇଥିଲା। ନବମ ଶ୍ରେଣୀ ପାଇଁ ୪୦ ପ୍ରତିଶତ ୱେଟେଜ ଓ ଦଶମ ପରୀକ୍ଷା ପାଇଁ ୬୦ ପ୍ରତିଶତ ୱେଟେଜ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ନବମ ଶ୍ରେଣୀର ଦୁଇଟି ପରୀକ୍ଷାର ସର୍ବାଧିକ ନମ୍ବର ଓ ଦଶମ ତିନୋଟି ପରୀକ୍ଷାର ଦୁଇଟି ସର୍ବାଧିକ ନମ୍ବରକୁ ବୋର୍ଡ କର୍ତ୍ତୃପକ୍ଷ ମେଣ୍ଟର ସ୍କୁଲ ଜରିଆରେ ମାଗିଥିଲେ। ପରୀକ୍ଷାର୍ଥୀଙ୍କ ନମ୍ବର ଅପଲୋଡ ପାଇଁ ରାଜ୍ୟରେ ୨୭୬୬ ମେଣ୍ଟର ସ୍କୁଲ ଚୟନ କରାଯାଇଥିଲା। ସେହିପରି ଯେଉଁ ପରୀକ୍ଷାର୍ଥୀମାେନ ଦଶମର ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିଲେ ସେମାନଙ୍କ କ୍ଷେତ୍ରରେ ଦଶମରୁ ୩୦ ପ୍ରତିଶତ ୱେଟେଜ ଓ ନବମ ଶ୍ରେଣୀର ୭୦ ପ୍ରତିଶତ ୱେଟେଜ ଦେବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ଯେଉଁ ପରୀକ୍ଷାର୍ଥୀମାନେ ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିଲେ ସେମାନଙ୍କ କ୍ଷେତ୍ରରେ ନବମ ଶ୍ରେଣୀରେ ରଖିଥିବା ସର୍ବାଧିକ ନମ୍ବରକୁ ୧୦୦ ପ୍ରତିଶତ ୱେଟେଜ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହିତ ସଂପୃକ୍ତ ବିଦ୍ୟାଳୟର ପୂର୍ବ ୪ବର୍ଷ ଅର୍ଥାତ୍ ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ସ୍କୁଲ୍ ଫଳାଫଳକୁ ମଧ୍ୟ ବିଚାରକୁ ନିଆଯାଇଥିଲା।
ଏକ୍ସରେଗୁଲାର ଓ କରେସ୍ପଣ୍ଡେନ୍ସ ଏକ୍ସରେଗୁଲାର କ୍ଷେତ୍ରରେ ପୂର୍ବ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାର କରି ହାରାହାରି ନମ୍ବର ଦେବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ପୁରୁଣା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୂର୍ବରୁ ଦେଇଥିବା ପରୀକ୍ଷା ନମ୍ବରକୁ ବିବେଚନା କରି ସେମାନଙ୍କ ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅନୁସାରେ ଆସନ୍ତାକାଲି ପରୀକ୍ଷାଫଳ ପ୍ରକାଶ ପାଇବ। କିନ୍ତୁ ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବେ ସେମାନଙ୍କ କ୍ଷେତ୍ରରେ କୋଭିଡ ପରିସ୍ଥିତି ସୁଧୁରିଲେ ଅଫ୍ଲାଇନ୍ ପରୀକ୍ଷା କରାଯିବାକୁ ବୋର୍ଡ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି।
କିନ୍ତୁ କରେସ୍ପଣ୍ଡେନ୍ସ (ରେଗୁଲାର) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ନୂଆ ବ୍ୟାଚ ଛାତ୍ରଛାତ୍ରୀଙ୍କର ଆସନ୍ତାକାଲି ଫଳ ପ୍ରକାଶ ପାଇବନାହିଁ। ଏହି ଦୁଇ ବର୍ଗରେ ପାଖାପାଖି ୫ହଜାର ଛାତ୍ରଛାତ୍ରୀ ରହିଛନ୍ତି। ସେମାନେ ପୂର୍ବରୁ କୌଣସି ପରୀକ୍ଷା ଦେଇନଥିବାରୁ ବୋର୍ଡ କର୍ତ୍ତୃପକ୍ଷ ଏମାନଙ୍କ ମୂଲ୍ୟାୟନ ପାଇଁ କୌଣସି ଆଧାର ପାଇ ନଥିବା ସୂଚନା ମିଳିଛି। ପରିସ୍ଥିତି ସୁଧୁରିଲେ ଏହି ପରୀକ୍ଷାର୍ଥୀମାନେ ମଧ୍ୟ ଅଫ୍ଲାଇନ୍ରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
ପରୀକ୍ଷାର୍ଥୀଙ୍କ ନିମନ୍ତେ ‘ସମ୍ବାଦ’ ପରିବାରର ହେଲ୍ପ ଲାଇନ୍
ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମା (ସଂସ୍କୃତ) ପରୀକ୍ଷା ଫଳ ଶୁକ୍ରବାର (ଆଜି) ପ୍ରକାଶ ପାଇବା। ଅପରାହ୍ନ ୪ଟାରେ ଫଳ ପ୍ରକାଶ ପାଇଲା ପରେ ପରୀକ୍ଷାର୍ଥୀ ସନ୍ଧ୍ୟା ୬ଘ. ପରେ www.bseodisha.ac.in' ଓ 'www.bseodisha.nic.in' ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ।
ଚଳିତ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପରିବାର ତରଫରୁ ଅଭିନନ୍ଦନ ଜଣାଉଛୁ। ଇଣ୍ଟରନେଟ ମାଧ୍ୟମରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଉଛି। ମାତ୍ର ଅନେକ ଅଞ୍ଚଳରେ ଇଣ୍ଟରନେଟର ସୁବିଧା ନଥିବାରୁ ଫଳାଫଳ ଜାଣିବାରେ ସମସ୍ୟା ଉପୁଜିପାରେ। ଏହାକୁ ଉପଲବ୍ଧି କରି KMBB Science Higher Secondary School (Fully Residential +2 Sc. College) ସହଯୋଗରେ ସମ୍ବାଦ ପରିବାର ପକ୍ଷରୁ ହେଲ୍ପଲାଇନର ସୁବିଧା କରାଯାଇଛି। ଇଛୁକ ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଟେଲିଫୋନ ନମ୍ବରରେ ଯୋଗାଯୋଗ କରି ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।
ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା:
୮୦୯୩୮୩୩୦୦୮, ୯୦୪୦୬୫୯୯୨୮, ୯୪୩୭୯୪୩୯୫୪, ୭୮୯୪୭୬୫୨୬୨, ୭୦୦୮୧୮୬୨୧୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Secondary_Board_High_School_main_entrance.jpg)