ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଶେଷ : ଜୁଲାଇ ୬ରୁ ମୂଲ୍ୟାଙ୍କନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ସପ୍ଲିମେଣ୍ଟାରି ପରୀକ୍ଷା ଆଜି ଶେଷ ହୋଇଛି। ଏହି ପରୀକ୍ଷା ରାଜ୍ୟର ଶହେଟି କେନ୍ଦ୍ରରେ ହୋଇଥିବା ବେଳେ ପରୀକ୍ଷା ପାଇଁ ୨୬, ୬୪୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ସପ୍ଲିମେଣ୍ଟାରି ପରୀକ୍ଷାର ବିଭିନ୍ନ ଦିବସରେ କପି କରି ଧରା ପଡ଼ିଥିବା ମୋଟ ୬୯ଜଣ ଛାତ୍ରଛାତ୍ରୀ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) ହୋଇଛନ୍ତି। ଜୁଲାଇ ୬ତାରିଖରୁ ସପ୍ଲିମେଣ୍ଟାରି ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ। ମୂଲ୍ୟାଙ୍କନ ପାଇଁ ବୋର୍ଡ ପକ୍ଷରୁ ୧୦ଟି କେନ୍ଦ୍ର ସ୍ଥିର ହୋଇଥିବା ବେଳେ ଏଥି ପାଇଁ ୨,୧୭୯ଜଣ ପରୀକ୍ଷକଙ୍କୁ ନିଯୁକ୍ତି ଦେବାକୁ ବୋର୍ଡ ପକ୍ଷରୁ ସ୍ଥିର ହୋଇଛି। ସମସ୍ତ ପରୀକ୍ଷକ ଜୁଲାଇ ୫ ତାରିଖ ସକାଳ ୧୦ଟାରେ ପରୀକ୍ଷା କେନ୍ଦ୍ରରେ ଯୋଗଇ ଦେବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୂଲ୍ୟାୟନ ପାଇଁ କଟକ, ଖୋର୍ଧା, ପୁରୀ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ୍‌, ଗଞ୍ଜାମ, ସମ୍ବଲପୁର, କୋରାପୁଟ ଜିିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ମୂଲ୍ୟାଙ୍କନ ପାଇଁ ଚୟନ ହୋଇଥିବା ଶିକ୍ଷକମାନଙ୍କ ନିଯୁକ୍ତିପତ୍ରକୁ ଡାଉନ୍‌ଲୋଡ କରି ସେମାନଙ୍କୁ ପ୍ରଦାନ କରିବା ସହିତ ମଲ୍ୟାଙ୍କନ ପୂର୍ବରୁ ସେମାନଙ୍କୁ ରିଲିଭ୍‌ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷକଙ୍କ ନିଯୁକ୍ତିପତ୍ର ବୋର୍ଡ େଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର