ୱାର୍ଲ୍ଡ ଓଡ଼ିଶା ସୋସାଇଟି ପକ୍ଷରୁ ମାଟ୍ରିକ୍‌ ଟପ୍ପର ଶ୍ରେୟଶ୍ରୀ ଜେନାଙ୍କୁ ସଂବର୍ଦ୍ଧନା

ବରୀ: ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ପଂଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ଛାତ୍ରୀ ଶ୍ରେୟଶ୍ରୀ ଜେନା ରାଜ୍ୟରେ ସର୍ବାଧିକ ନମ୍ବର ରଖୁଥିବାରୁ ଚାରିଆଡ଼ୁ ଶୁଭେଛା ଓ ସଂବର୍ଣ୍ଣନାର ସୁଅ ଛୁଟିଛି । ଆଜି ୱାର୍ଲ୍ଡ ଓଡ଼ିଶା ସୋସାଇଟି ପକ୍ଷରୁ ଶ୍ରେୟଶ୍ରୀଙ୍କ ସହ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ଟ୍ରଫି ଦିଆଯାଇ ବିଦ୍ୟାଳୟ ଠାରେ ସଂବର୍ଣ୍ଣନା କରାଯାଇଛି।

ସୋସାଇଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବରୀ ମାଟିର ପୁଅ କିଶୋର ଦ୍ବିବେଦୀ ବରୀର ସେବା, ସାହିତ୍ୟ, ସଂଗ୍ରାମ ଓ ପର୍ଯ୍ୟଟନ ଇତିହାସ ସହ ରାମପୁର ଉଚ୍ଚ ବିଦ୍ୟାଳୟ ଓ ଛାଦୀ ଶ୍ରେୟଶ୍ରୀ ଯୋଡ଼ି ହୋଇ ଆଉ ଏକ ପରିଚୟ ସୃଷ୍ଟି କଲେ ବୋଲି ସଂବର୍ଣ୍ଣନା କରିବା ଅବସରରେ ବକ୍ତବ୍ୟ ରଖୁଥିଲେ। ସେହିପରି ଅନ୍ୟତମ ଅତିଥି ଡଃ ଅରୁନ୍ଧତୀ ଦେବୀ ଯେଉଁଠି ଶିକ୍ଷା ସହ ସଂସ୍କାର ଯୋଡି ହୁଏ ସେଠି ଛାତ୍ର ଛାତ୍ରୀ ସଂସ୍କୃତି ସମ୍ପନ୍ନ ତଥା ସାମାଜିକତାପୂର୍ଣ୍ଣ ହୋଇଥାନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ଶିକ୍ଷାବିତ ରବି ନାରାୟଣ ବେହେରା ଗ୍ରାମାଂଚଳର ଶିକ୍ଷାଦାନ ପଦ୍ଧତି ଭିତରେ ଶ୍ରେୟଶୀର ସଫଳତା ପଙ୍କରୁ ପଦ୍ମ ଫୁଟିବା ଘଟଣା ଭଳି ସମାନ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା, ପରିଚାଳନା କମିଟି ସଭାପତି ନକୁଳ ଚରଣ ଦାସ, ବରିଷ୍ଠ ନାଗରିକ କୁଶଧ୍ଵଜ ସାମଲ, ପ୍ରାକ୍ତନ ସରପଂଚ କେଦାର ସାମଲ, ଯୁବ ସମାଜସେବୀ ରାଜ କୁମାର ଜେନା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସହଯୋଗୀ ମୁକୁନ୍ଦ ସାମଲ, ଶ୍ରେୟଶ୍ରୀଙ୍କ ବାପା ଷ୍ଟାଲିନ ଜେନା ଓ ଅନ୍ୟମାନଙ୍କୁ ଉତ୍ତରୀୟ ଦିଆଯାଇ ସଂବର୍ଦ୍ଧିତ କରାଯାଇଥିଲା । ସଂବର୍ଦ୍ଧନା ପରେ ଶ୍ରେୟଶ୍ରୀ ନିଷ୍ଠାର ସହିତ ପାଠ ପଢି ଉଚ୍ଚ ଶିକ୍ଷାରେ କୃଷିଦ୍ଧ ଅର୍ଜନ
କରିବ ବୋଲି ଅତିଥିମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ।

ସମ୍ବନ୍ଧିତ ଖବର