କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ଦଶମ ଶ୍ରେଣୀ ଭୋକେସନାଲ୍ ପ୍ରାକ୍ଟିକାଲ୍ ପରୀକ୍ଷା ଫେବ୍ରୁଆରି ୧୨ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପ୍ରାକ୍ଟିକାଲ୍ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଏକ୍ସଷ୍ଟରନାଲ୍ମାନଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ନିଯୁକ୍ତିପତ୍ର ବୋର୍ଡର ଓ୍ଵବ୍ସାଇଟ୍ www.bseodisha.ac.inରେ ଛଡାଯାଇଛି। ପ୍ରାକ୍ଟିକାଲ୍ ପରୀକ୍ଷା ସଂକ୍ରାନ୍ତରେ ସମସ୍ତ ସୂଚନା, ମାର୍କ ଫଏଲ୍, ପରୀକ୍ଷାର୍ଥୀଙ୍କ ଉପସ୍ଥାନ ସିଟ୍କୁ ଫେବ୍ରୁଆରି ୭ତାରିଖରୁ ବୋର୍ଡ ଓ୍ଵବ୍ସାଇଟିରେ ଛଡାଯିବ। ଏହି ପରୀକ୍ଷାର ମାର୍କକୁ ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ ପୋଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି। ଅନ୍ଲାଇନ୍ ମାର୍କ ପୋଷ୍ଟିଂ ଲିଙ୍କ୍ ଫେବ୍ରୁଆରି ୧୨ରୁ ୧୭ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
୧୨ରୁ ୧୭ ତାରିଖ ମଧ୍ୟରେ ମାଟ୍ରିକ୍ ଭୋକେସ୍ନାଲ୍ ପ୍ରାକ୍ଟିକାଲ୍ ପରୀକ୍ଷା
/sambad/media/post_attachments/wp-content/uploads/2018/01/aaaa-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)