ମାଟ୍ରିକ୍‌ ଫର୍ମ ପୂରଣ ୨୬ରୁ

କଟକ: ଆସନ୍ତା ୨୦୧୯ ବାର୍ଷିକ ହାଇସ୍କୁଲ ହାଇସ୍କୁଲ ସାର୍ଟିଫିକେଟ୍‌(ରେଗୁଲାର ଓ ଏକ୍ସ-ରେଗୁଲାର୍‌) ପରୀକ୍ଷା ନିମନ୍ତେ ଆସନ୍ତା ୨୬ତାରିଖ ସକାଳ ୮ଟାରୁ ଅନଲାଇନ୍‌ରେ ଫର୍ମ ପୂରଣ ଓ ଫି’ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଫି’ ଦାଖଲର ଶେଷ ତାରିଖ ଡିସେମ୍ବର ୧୩ତାରିଖ ରାତି ୧୧ଟା ୪୫ ରଖାଯାଇଥିବା ବେଳେ ଫର୍ମ ପୂରଣ ପାଇଁ ଡିସେମ୍ବର ୧୪ ମଧ୍ୟ ରାତି ରଖାଯାଇଛି। ଅର୍ଥାତ୍ ଏହି ସମୟ ସୀମା ମଧ୍ୟରେ ଯେଉଁମାନେ ଫର୍ମ ପୂରଣ ସହିତ ଫି’ ଦାଖଲ କରିବେ, ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ନାହିଁ। ଏହାପରେ କଲେ ଜରିମାନା ଗଣିବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିିପରି ଡିସେମ୍ବର ୧୪ତାରିଖ ମଧ୍ୟରାତିରୁ ୧୯ତାରିଖ ମଧ୍ୟରାତି ଯାଏଁ ଜରିମାନା ଦେଇ ଫର୍ମ ପୂରଣ କରିବା ବ୍ୟବସ୍ଥା କରାଯାଇଥିବା ବେଳେ ଡିସେମ୍ବର ୧୪ତାରିଖରୁ ୧୮ତାରିଖ ରାତି ୧୧ଟା ୪୫ଯାଏଁ ଫି’ ଦାଖଲ ଜରିମାନା ସହିତ ଦେବାକୁ ପଡ଼ିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର