ଡିସେମ୍ବର ୧୦ ପର୍ଯ୍ୟନ୍ତ ମାଟ୍ରିକ୍ ସାର୍ଟିଫିକେଟ୍ ସଂଶୋଧନ ଆବେଦନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳିଥିବା ହାଇସ୍କୁଲ ସାର୍ଟିଫିକେଟରେ କୌଣସି ତ୍ରୁଟି ଥ‌ିଲେ, ତାହାର ସଂଶୋଧନ ପାଇଁ ବୋର୍ଡ ପକ୍ଷରୁ ପ୍ରଧାନଶିକ୍ଷକଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଛାତ୍ରଛାତ୍ରୀ ପଢ଼ିଥିବା ହାଇସ୍କୁଲର ପ୍ରଧାନଶିକ୍ଷକମାନେ ତ୍ରୁଟିପୂର୍ଣ୍ଣ ହାଇସ୍କୁଲ ସାର୍ଟିଫ‌ିକେଟ୍‌ର ‌ସଂଶୋଧନ ପାଇଁ ନଭେମ୍ବର ୧୧ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ବୋର୍ଡର ସଂପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରିଙ୍କ ଜରିଆରେ ଆବେଦନ କରିପାରିବ‌େ। ଏଥିପାଇଁ ସ୍ବତନ୍ତ୍ର ଫର୍ମ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in /www.bseodisha.nic.in ରେ ଉପଲବ୍ଧ ଏବଂ ବୋର୍ଡ ଡେପୁଟି ସେକ୍ରେଟାରିଙ୍କ ପାଖରେ ମଧ୍ୟ ଉପଲବ୍ଧ ହେଉଛି।

ପ୍ରଧାନଶିକ୍ଷକମାନେ ସଂଶୋଧନ ଫର୍ମ, ଆଡ୍‌ମିସନ୍‌ ରେଜିଷ୍ଟର୍‌, କ୍ୟାନସଲେସନ୍ ଟିସି ସହିତ ଆବଶ୍ୟକୀୟ ଦସ୍ତାବିଜ୍ ସଂପୃକ୍ତ ଡେପୁଟି ସେକ୍ରେଟାରିଙ୍କ ପାଖରେ ଦାଖଲ କରିବା ସହିତ ଏହାର ଏକକିତା ନକଲ ଡେପୁଟି ସେକ୍ରେଟାରି, ସାର୍ଟିଫ‌ିକେଟ୍ ବିଭାଗ, ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ, କଟକଙ୍କୁ [email protected] ଠିକଣାରେ ଇ-ମେଲ୍ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନଶିକ୍ଷକମାନେ ଏହା ନକଲେ, ପୂର୍ବ ବର୍ଷର ତ୍ରୁଟି ସଂଶୋଧନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଦାୟୀ ରହି‌ବେ ‌ନାହିଁ ବୋଲି ବୋର୍ଡ ସଂପାଦକ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର