ମାଟ୍ରିକ୍ ପରୀକ୍ଷା: ଦ୍ବିତୀୟ ଦିନରେ ୩ ଏମ୍‌ପି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ୍‌ ଅଫ୍‌ଲାଇନ୍ ପରୀକ୍ଷାର ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ଆଜି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ୩ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ ହୋଇଥିବା ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ ବି ସେମାନଙ୍କ ମଧ୍ୟରୁ ପାଖାପାଖି ୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। କିନ୍ତୁ ୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆଗ୍ରହୀ ଥାଇ ବି ଆଡମିଟ୍ କାର୍ଡ ନ ମିଳିବାରୁ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି। ଯେଉଁମାନେ ପରୀକ୍ଷା ଦେଇ ନାହାନ୍ତି ଅଥବା ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି ସେମାନଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ନମ୍ବର କାଏମ୍ ରହିବ।

ସମ୍ବନ୍ଧିତ ଖବର