୬ ଦିନ ପରେ ମାଟ୍ରିକ ପରୀକ୍ଷା: କୋରାପୁଟ ଜିଲ୍ଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

୩୪୦ ସ୍କୁଲରୁ ୧୬,୪୬୭ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କୋରାପୁଟ:ଆଉ ୬ ଦିନ ପରେ ରାଜ୍ୟରେ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଚଳିତ ମାସ ୨୯ ତାରିଖରୁ ମେ ମାସ  ୫ ତାରିଖ ଯାଏ ୭ ଦିନ ଧରି ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ହେବ। ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସବୁ ନୋଡାଲ ସେଣ୍ଟରରେ ଶନିବାରଠାରୁ ପ୍ରଶ୍ନପ୍ରତ୍ର ପହଞ୍ଚିବା କାର୍ଯ୍ୟ ଆରମ୍ଭ ହୋଇ ଗଲାଣି। କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ବୈପାରିଗୁଡା, ନାରାୟଣପାଟଣା, ଦଶମନ୍ତପୁର, ଲକ୍ଷ୍ମୀପୁର ଓ ନନ୍ଦପୁର ଅତି ସତର୍କତା ପୂର୍ବକ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଗଣଶିକ୍ଷା ବିଭାଗ। କୋରାପୁଟ ଜିଲ୍ଲାର ୨୦ଟି ନୋଡାଲ ସେଣ୍ଟରରେ ୭୭ ପରୀକ୍ଷା କେନ୍ଦ୍ରରେ ୩୪୦ ସ୍କୁଲର ୧୬୪୬୭ ଛାତ୍ରଛାତ୍ରୀ ଏହି ପରୀକ୍ଷା(ଏଚଏଚସି ଏସଏ-୨) ଦେବେ।

ଜିଲ୍ଲାରେ ୧୬୨୨୦ ରେଗୁଲାର, ୧୬୯ ଏକ୍ସରେଗୁଲାର, ୬୦ ଜଣ କରେସପଣ୍ଡେଣ୍ଟ, ଜଣେ ସିସି ଏକ୍ସ-ରେଗୁଲାର, ୧୭ ଜଣ ମଧ୍ୟମା ଛାତ୍ରଛାତ୍ରୀ ରହିଛନ୍ତି। ସଶସ୍ତ୍ର ବାହିନୀ ମୁତୟନ ରହିବା ସହ ଆବଶ୍ୟକ ପଡିଲେ ସିସିଟିଭି ଅଧୀନରେ ପ୍ରଶ୍ନପତ୍ର ରହିବ। ଏହାକୁ ଜିଲ୍ଲା ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଯଥା ବିଡିଓ ତଥା ତହସିଲଦାର ପରୀକ୍ଷାବେଳେ ଉପସ୍ଥିତ ରହିବା ସହ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ପୁଲିସ କର୍ମଚାରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଅବାଧ ପରୀକ୍ଷା କରିବାକୁ ଜିଲ୍ଲାସ୍ତରୀୟ ଏକ କମିଟି ବୈଠକ ଖୁବଶୀଘ୍ର କରାଯିବ। ଏହି କମିଟି ଡିଇଓଙ୍କ ସହ ଉପଖଣ୍ତ ଦଣ୍ତାଧିକାରୀ, ବିଡିଓ, କିଛି ଅଭିଜ୍ଞ ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକ ରହିବେ। ସେମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇ ସ୍କ୍ବାର୍ଡ ଟିମ ଗଠିତ ହେବ ବୋଲି ଡିଇଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର