ସୁନ୍ଦରଗଡ଼/ରାଉରକେଲା: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ପାସ ହାର ୯୨.୦୨ ରହିଛି। ୧୨୦ ପରୀକ୍ଷା କେନ୍ଦ୍ରରେ ଜିଲ୍ଲାର ୪ଶହ ହାଇସ୍କୁଲର ୨୩୩୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୨୨୯୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରେ ଏ୧- ୧୮୦ ଜଣ, ଏ୨- ୧୮୨୬ ଜଣ, ବି୧- ୪୭୧୮, ବି୨-୬୫୦୭ ଜଣ, ସି-୫୯୮୨, ଡି-୩୨୬୩, ଇ-୫୦୭ ଜଣ ରହିଛନ୍ତି। ୩୪୧ ଜଣ ଫେଲ୍ ହୋଇଛନ୍ତି। ପରୀକ୍ଷାରେ ଛାତ୍ରଙ୍କ ଠାରୁ ଛାତ୍ରୀମାନେ ଆଗରେ ରହିଛନ୍ତି। ୧୨୦୮୨ ଜଣ ଛାତ୍ରୀ ଓ ୧୦୯୦୧ ଛାତ୍ର ପାସ କରିଛନ୍ତି।
ଚଳିତ ବର୍ଷ ୨୪୯୭୫ ଜଣ ଫର୍ମ ଭରିଥିବା ବେଳେ ୧୬୪୮ ଜଣ ପରୀକ୍ଷା ଦେବାକୁ ଆସି ନଥିଲେ। ମାତ୍ର ୩ ଜଣ କପି କରି ଧରାପଡ଼ିଥିଲେ। ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଏ୧ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ରାଉରକେଲା ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪୩ ଜଣ, ସୁନ୍ଦରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୩ ଜଣ, ଗିରିଙ୍ଗକେଲା ହାଇସ୍କୁଲର ୮ ଜଣ, ସୁର୍ଗୁଡ଼ା ହାଇସ୍କୁଲର ୧୩ ଜଣ ଓ ଭେଡ଼ାବାହାଲ ହାଇସ୍କୁଲର ଜଣେ ରହିଛନ୍ତି। ରାଉରକେଲା ସେକ୍ଟର-୬ ସରସ୍ବତୀ ଶିଶୁ ମନ୍ଦିରର ସାଇଶ୍ରୀତା ଜେନା ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୯୮.୧୬% ନମ୍ବର ରଖି ଟପ୍ପର ହୋଇଛନ୍ତି।
ସାଇଶ୍ରୀତାଙ୍କ ଅନ୍ୟ ୮ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ସେମାନେ ହେଲେ ସୁସ୍ମିତା ପରିଡା (୫୮୭), ଉଜ୍ଜୟିନୀ (୫୮୬), ବିଷ୍ଣୁପ୍ରିୟା (୫୮୦), ସୁଚିସ୍ମିତା ଦାସ (୫୭୬), ଆଶୀଷ ପଣ୍ଡା (୫୭୫), ରଶ୍ମିତା (୫୭୨), ପିୟୁଷ (୫୭୧), ଅଖିଳ (୫୭) ନମ୍ବର ରଖିଛନ୍ତି। ବିଦ୍ୟାଳୟରେ ଏ-୧ରେ ୪୩, ଏ -୨ରେ ୭୭, ବି -୧ରେ ୨୪, ବି -୨ରେ ୭ ଓ ସି ଗ୍ରେଡରେ ଜଣେ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେକ୍ଟର-୭ ଚିନ୍ମୟ ବିଦ୍ୟାଳୟରେ ଏ-୧ ଗ୍ରେଡରେ ୧୦ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ଏ -୨ରେ ୨୨, ବି-୧ରେ ୩୯, ବି -୨ରେ୩୭, ସି -୧୦ ଓ ଡି ଗ୍ରେଡରେ ଜଣେ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ଅଙ୍କିତା ଜେନା ସର୍ବାଧିକ ୫୮୫ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ରାଜକିଶୋର ପାଣିଗ୍ରାହୀ ୫୬୫ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେମିତି ହେମନ୍ତ କୁମାର ସାହୁ ଓ ମାନସ ରଞ୍ଜନ ପଣ୍ଡା ଯଥାକ୍ରମେ ୫୬୪ ନମ୍ବର ଲେଖାଏଁ ନମ୍ବର ରଖିଛନ୍ତି। ସେକ୍ଟର-୩ ବାଜି ରାଉତ ଶିକ୍ଷାନିକେତନ ୩ ଛାତ୍ରଛାତ୍ରୀ ଏ-୧ ପାଇଛନ୍ତି। ଦିପ୍ତୀମୟୀ ବେହେରା ସର୍ବାଧିକ ୫୮୮ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ୫୭୨ ନମ୍ବର ରଖି ଆଶୁତୋଷ ପଣ୍ଡା ଦ୍ବିତୀୟ, ୫୬୬ ନମ୍ବର ରଖି ଚିରଞ୍ଜିବ ପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ସେମିତି ଏ-୨ରେ ୧୫, ବି -୧ରେ ୧୫, ବି ୨ରେ ୨୬, ସି ରେ ୧୩ ଓ ଡିରେ ୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେକ୍ଟର-୧୭ ମଧୁସୂଦନ ଶିକ୍ଷା ନିବାସରେ ମୋଟ ୨୫୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏ -୧ରେ ୭, ଏ -୨ରେ ୪୩, ବି -୧ରେ ୪୭, ବି -୨ରେ ୭୩, ସି ଗ୍ରେଡରେ ୬୩, ଡି ଗ୍ରେଡରେ ୧୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/9-5.jpg)