ମାଟ୍ରିକ୍ ଏସ୍‌ଏ-୧ ପରୀକ୍ଷା ଶେଷ, ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ମିଳିବନି ଏସ୍‌ଏ-୧ ୱେଟେଜ୍ ମାର୍କ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍‌ଏ-୧) ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ଅନ୍ତିମ ଦିନରେ ୧୦ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ (ଏମ୍‌ପି) ହୋଇଥିବା ବ‌େଳେ ମୋଟ ୧୩ ଜଣ ପରୀକ୍ଷାର୍ଥୀ ଏମ୍‌ପି ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଏସ୍‌ଏ-୧ରେ ଯେଉଁ ପରୀକ୍ଷାର୍ଥୀମାନେ ଅନୁପସ୍ଥିତ ରହିଛନ୍ତି, ସେମାନଙ୍କୁ ଏହି ପରୀକ୍ଷାର ‌ୱେଟେଜ୍ ମାର୍କ ମିଳିବ ନାହିଁ। ଏହି ପରୀକ୍ଷାର୍ଥୀମାନେ ପୂର୍ବରୁ ଦେଇଥିବା ଏଫ୍‌ଏ-୧, ଏଫ୍‌ଏ-୨ ସହ ଆଗକୁ ହେବାକୁ ଏଫ୍‌ଏ-୩, ଏଫ୍‌ଏ-୪ ଓ ଏସ୍‌ଏ-୨ରେ ଯେଉଁ ନମ୍ବର ରଖିବ‌େ ସେହି ଅନୁସାରେ ସେମାନଙ୍କର ଦଶମ ଶ୍ରେଣୀର ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ସୂଚନା ଯୋଗ୍ୟ, ଦଶମ ଶ୍ରେଣୀ ଏସ୍‌ଏ-୧ ପାଇଁ ୫ ଲକ୍ଷ ୭୧ ହଜାର ୯୩୫ ମାଟ୍ରିକ୍ ପରୀକ୍ଷାର୍ଥୀ ଓ ୩ ହଜାର ୭୩୧ ମଧ୍ୟମା ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବ‌େଳେ ଏହି ପରୀକ୍ଷା ରାଜ୍ୟର ୩ ହଜାର ୯୩ ଟି କେନ୍ଦ୍ରରେ ହୋଇଥିଲା।

ସମ୍ବନ୍ଧିତ ଖବର