ଭୁବନେଶ୍ୱର/କଟକ : ସେପ୍ଟେମ୍ବର ୧୪ରୁ ୨୪ ତାରିଖ ମଧ୍ୟରେ ମାଟ୍ରିକ୍ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ। ଚଳିତବର୍ଷ ୨୨ ହଜାର ୬୪୯ଜଣ ଛାତ୍ରଛାତ୍ରୀ ରାଜ୍ୟର ୧୫୩ଟି ପରୀକ୍ଷା କେନ୍ଦ୍ରରେ ସପ୍ଲିମେଣ୍ଟାରି ପରୀକ୍ଷା ଦେବେ। ପରୀକ୍ଷା ସରିବା ପରେ ୧୩ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଖାତା ଦେଖା ହେବ। ସେହିପରି ଓଡ଼ିଶା ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରି ପରୀକ୍ଷା ଲାଗି ୮୮ଟି କେନ୍ଦ୍ର ହୋଇଛି ଏବଂ ୧୨ହଜାର ୯୩୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୭ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବାନୁଯାୟୀ, କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁଯାୟୀ ପରୀକ୍ଷା କରାଯିବ। ପରୀକ୍ଷାର ସୁପରିଚାଳନା ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ବେଳେ କେନ୍ଦ୍ରର ସୁରକ୍ଷା ବଢ଼ାଇବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି। ପରୀକ୍ଷା ପରିଚାଳନା କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ ଜିଲ୍ଲା ପ୍ରଶାସନ, ପୁଲିସ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କୋଭିଡ୍-୧୯ ଗାଇଡ୍ଲାଇନ୍ ପାଳନ କରି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା
/sambad/media/post_attachments/wp-content/uploads/2020/07/RGD_Matric-Exam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)