କଟକ : ଧର୍ମାନୁଷ୍ଠାନ ସର୍ବାସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି। ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାଖଲ ପିଟିସନରେ ଉଲ୍ଲେଖ କରାଯାଇଛି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ସମସ୍ତ ଦେବାଦେବୀଙ୍କ ମନ୍ଦିର ଓ ଅନ୍ୟ ଧର୍ମର ଉପାସନା ପୀଠ/ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗରେ ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି। ଏ ନେଇ ହାଇକୋର୍ଟ ୨୦୨୦, ଅଗଷ୍ଟ ୧୦ରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିଭିନ୍ନ ସ୍ଥାନରେ ଥିବା ସ୍ଥିତି ଓ ସମୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ସଂପର୍କିତ ଅନୁମତି ପ୍ରସଂଗରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଥିଲେ। କିନ୍ତୁ ସରକାର ଏ ପର୍ଯ୍ୟନ୍ତ ଏହି ପ୍ରସଂଗରେ କିଛି ନିଷ୍ପତ୍ତି ନେଉନାହାନ୍ତି। ଏବେ ବି ରାଜ୍ୟର ସବୁ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ରହିଛି। ୨୦୨୦, ଅଗଷ୍ଟ ୨ରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିଛି। କେନ୍ଦ୍ର ସରକାରଙ୍କ ଅନ୍ ଲକ୍-୪ ନିୟମାବଳୀ ପାଳନ କରି କୋଣାର୍କ ମନ୍ଦିର ଖୋଲାଯାଇଥିବା ବେଳେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗ ସଂପର୍କିତ ମାମଲାରେ ହାଇକୋର୍ଟ ଗତ ଅଗଷ୍ଟ ୧୦ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପାଳନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।
ଶ୍ରୀଜଗନ୍ନାଥ ମନ୍ଦିର ସହିତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗ : ନିର୍ଦ୍ଦିଷ୍ଟ ସମୟ ଭିତରେ ନିଷ୍ପତ୍ତି ନେବାକୁ ହାଇକୋର୍ଟର ଦ୍ବାରସ୍ଥ
/sambad/media/post_attachments/wp-content/uploads/2020/07/high-court.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)