ଭୁବନେଶ୍ବର : ଓଡ଼ିଶାର ବିଶିଷ୍ଟ ଇସଲାମୀୟ ଧର୍ମଗୁରୁ ହଜରତ ମୌଲାନା ମହମ୍ମଦ ନୁରୁଲ୍ଲା କାସ୍ମୀଙ୍କର ଗତକାଲି ପରଲୋକ ହୋଇଯାଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ରାଜଧାନୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କୁ ହୃଦ୍ଘାତ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଓ ତିନି ଝିଅ ଅଛନ୍ତି। ତାଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ଗତକାଲି ସନ୍ଧ୍ୟାରେ ନିଜ ଗ୍ରାମ ଯଦୁପୁର କବରସ୍ତାନେର ତାଙ୍କୁ କବର ଦିଆଯାଇଛି। ଯଦୁପୁର ଇଦ୍ଘା ପଡ଼ିଆରେ ନମାଜେ ଜନାଜା ଅନୁଷ୍ଠିତ ହୋଇଥିଲା। ହଜରତ ମୌଲାନା ମୁଫ୍ତି ନକିବୁଲ ଅମିନ୍ ବରକୀଙ୍କ ନେତୃତ୍ବରେ ହୋଇଥିବା ଏହି ପ୍ରାର୍ଥନା ସଭାରେ ପ୍ରାୟ ୧୦ ହଜାର ଲୋକ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଜମିଅତ ଉଲେମା ଏ ହିନ୍ଦ ଓଡ଼ିଶା ଶାଖାର ବରିଷ୍ଠ ଉପସଭାପତି ଥିବା ହଜରତ ମୌଲାନା ନୁରୁଲ୍ଲା ରାଜ୍ୟେର ଶିକ୍ଷାର ପ୍ରସାର ପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇଥିଲେ। ସେ ସ୍ବର୍ଗତଃ ହଜରତ ମୌଲାନା ସୟଦ ଅସଦ୍ ମଦନୀଙ୍କର ଖଲିପା ମଧ୍ୟ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/d.jpg)