ଭୁବନେଶ୍ବର: ରାଜ୍ୟରେ ଆଜି ଗ୍ରୀଷ୍ମର ପ୍ରଭାବ ଦେଖାଯାଇଛି । ପ୍ରବଳ ଖରାରେ ଓଡିଶା ସିଝିଛି । ଆଉ ଏହି ଖରାରେ ଲୋକମାନେ ଅନେକ ହନ୍ତସନ୍ତ ହୋଇଛନ୍ତି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ୪୦ ଡିଗ୍ରି ଓ ତାଠାରୁ ଅଧିକ ତାପମାତ୍ରା ରହିଛି । ଏହା ମଧ୍ୟରେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ଦେଖନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ତାପମାତ୍ରା –
ରାଜ୍ୟର ବାଲେଶ୍ବର ଜିଲ୍ଲାରେ ୪୦ ଡିଗ୍ରି ତାପମାତ୍ରା ଥିବା ବେଳେ କଟକରେ୪୦ ଡିଗ୍ରି, ଭୁବନେଶ୍ୱର ୪୦.୫ ଡିଗ୍ରି, ଅନୁଗୁଳ ୪୧.୧ ଡିଗ୍ରି, ବାରିପଦାରେ ୪୨ ଡିଗ୍ରି, ଝାରସୁଗୁଡାରେ ୪୨.୨ ଡିଗ୍ରି ଓ ସମ୍ବଲପୁରରେ ୪୧.୨ ଡିଗ୍ରି ତାପମାତ୍ରା ରହିଛି।
ସେହିପରି ହୀରାକୁଦରେ ୪୧.୧ ଡିଗ୍ରି, ତାଳଚେରରେ ୪୦.୩ ଡିଗ୍ରି, ଭବାନୀପାଟଣାରେ ୪୦.୮ ଡିଗ୍ରି, ବଲାଙ୍ଗୀରରେ ୪୧.୫ ଡିଗ୍ରି, ଟିଟଲାଗଡରେ ୪୨.୨ ଡିଗ୍ରି, ମାଲକାନଗିରିରେ ୪୧ ଡିଗ୍ରି ଓ ନୟାଗଡରେ ୪୦.୩ ଡିଗ୍ରି ତାପମାତ୍ରା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/download-3-2.jpg)