ନୂଆଦିଲ୍ଲୀ: ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରି ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା। ଏହା ଫଳରେ ଶୀତ ଫେରିବ ବୋଲି କୁହାଯାଇଛି। ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ଏଥିହିତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସକାଳ ଏବଂ ରାତ୍ରି ସମୟରେ ଦୃଶ୍ୟମାନ ଦୂରତା ୧୦୦୦ ରୁ ୨୦୦ ମିଟର ରହିବା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ।
ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା: ଫେରିବ ଶୀତ
ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର କୁହୁଡି ସମ୍ଭାବନା
ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସକାଳ ଏବଂ ରାତ୍ରି ସମୟରେ ଦୃଶ୍ୟମାନ ଦୂରତା ୧୦୦୦ ରୁ ୨୦୦ ମିଟର ରହିବା ସମ୍ଭାବନା pic.twitter.com/sDeGpDE6Pf
— Meteorological Centre, Bhubaneswar (@mcbbsr) November 23, 2021
ଏତଦ ବ୍ୟତୀତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବା ସହିତ କାଳବୈଶାଖୀ ସମ୍ଭାବନା ରହିଛି। ଏଯାବତ ବୌଦ୍ଧରେ ସର୍ବାଧିକ ୩୫.୦ ଡିଗ୍ରି ସେଲସିୟସ ତାପମାତ୍ରା ଥିବା ବେଳେ ଟିଟଲାଗଡ଼ରେ ୧୮.୩ ଡିଗ୍ରି ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଛି।