ସେହି ମେ’ ୨୯ ତାରିଖ

ଭୁବନେଶ୍ୱର : ସେତେବେଳେ ଚାଲିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳିର ସରକାର। ବିଦେଶ ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ। ୨୦୧୨ ମେ’ ୨୯ ତାରିଖରେ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର ଖବର ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ଆଉ କେହି ନୁହେଁ, ସେ ସମୟର ବିଜେଡି କାର୍ପଟଦାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ବିଧାୟକ ମେଳି କରି ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିେଯାଗ ହୋଇଥିଲା। ରାତି ଅଧିଆ ଏହି ଅପରେସନରୁ ଅଳ୍ପକେ ବର୍ତିଯାଇଥିଲେ ନବୀନ।

ସେବେଠାରୁ ଏହି ଦିନଟି ଗଣମାଧ୍ୟମରେ ଭିନ୍ନ ଭାବେ ଚିତ୍ରଣ ହୋଇ ଆସୁଥିଲା। ମେ’୨୯ ତାରିଖ କଥା ଉଠିଲା ମାନେ ୨୦୧୨ର ଏହି ଚିତ୍ର ଆସୁଥିଲା ଗଣମାଧ୍ୟମ ପୃଷ୍ଠାକୁ। ମଧ୍ୟରାତ୍ରିରେ କିଛି ବିଧାୟକଙ୍କ କାରନାମା ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ଦାନା ଯୋଗାଉଥିଲା।

ଆଜି କିନ୍ତୁ ସଂଯୋଗ ବଶତଃ ହେଉ ବା ଯୋଜନାବଦ୍ଧ ଭାବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିନକୁ ଭିନ୍ନ ଏକ କାରଣରୁ ଚର୍ଚ୍ଚାକୁ ଆଣିଛନ୍ତି। ଏହି ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇଂନିସ ଆରମ୍ଭ କରିଛନ୍ତି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥରରେ ସେ ତିନି ଚତୁର୍ଥାଂଶରୁ ଅଧିକ ସଂଖ୍ୟକ ଆସନରେ ଜିତି େରକର୍ଡ କରିଛନ୍ତି। ବିଜୁ ଜନତା ଦଳରେ ସେ ୨୨ ବର୍ଷ ପରେ ବି ସର୍ବମାନ୍ୟ େନତା ଏକଥା ପ୍ରମାଣିତ େହାଇଛି। ରାଜ୍ୟରେ ସରକାର ବିେରାଧୀ ଅନ୍ତଃସ୍ବର ଥିବା ସତ୍ତ୍ବେ ସେ ମୋଦୀ ହାଵାକୁ ଓଡ଼ିଶାରେ େରାକି ଜାତୀୟସ୍ତରରେ ଚର୍ଚ୍ଚାର େକନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସବୁଠାରୁ ବଡ଼ କଥା ହେଲା, େମ’୨୯କୁ ନେଇ କିଛି ସକାରାତ୍ମକ ଆଲୋଚନା ପାଇଁ େଖାରାକ ମଧ୍ୟ ମିଳିଛି।

୨୦୧୨ େମ’୨୯ ତାରିଖ ସହିତ େଯାଡି େହାଇଥିବା େନତାଙ୍କ ମଧ୍ୟରୁ ଇତିମଧ୍ୟରେ କେତେ ଜଣ ଅନ୍ୟ ଦଳକୁ ଚାଲିଯାଇଛନ୍ତି। କେତେଜଣ ଆଜି ଦିନରେ ରାଜନୀତିରୁ ଅପସରି ଯାଇଛନ୍ତି ବା ନବୀନ ତାଙ୍କୁ ଯଥେଷ୍ଟ ଦୂରରେ ରଖିଛନ୍ତି। ଆଉ କେତେଜଣଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମା କରିଛନ୍ତି ଓ େସମାନେ ପୁଣି ଥରେ ଉଭୟ ଦଳ ଓ ସରକାରରେ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ େଫରିଲେଣି।

ସେହିଦିନ ରାତିରେ ଏହି ଷଡଯନ୍ତ୍ରକୁ ଫସର ଫଟାଇ ଦେଇଥିଲେ ‌େବାଲି େଯଉଁ କେତେ ଜଣ ତୁଙ୍ଗ ନେତା ଦାବି କରିଥିଲେ, ସେମାନଙ୍କ ମଧ୍ୟରୁ ବୈଜୟନ୍ତ ପଣ୍ଡା, ଡାକ୍ତର ଦାେମାଦର ରାଉତ ପ୍ରମୁଖ ଆଜି ବିଜେଡି ସହିତ ନାହାନ୍ତି। ସମୟ କ୍ରମରେ ଉଭୟଙ୍କ ବିବଦମାନ ସ୍ଥିତି ସୃଷ୍ଟି କରିବାରୁ ନବୀନ କଠୋର ଆଭିମୁଖ୍ୟ ଗ୍ରହଣ କରି େସମାନଙ୍କୁ ଦଳର ବାହାର ଦରଜା େଦଖାଇ େଦଇଛନ୍ତି।

୨୦୧୨ ତୁଳନାରେ ଓଡ଼ିଶାରେ ବିେରାଧୀ ଅଧିକ ସଶକ୍ତ େହାଇଛନ୍ତି। କଂଗ୍ରେସକୁ ପଛକୁ େଠଲି ବିଜେପି ଏବେ ନବୀନଙ୍କ ସାମ୍ନାରେ ବାଟ ଓଗାଳିବା ଲାଗି େଢର୍ ଉଦ୍ୟମ କରୁଛି। କିନ୍ତୁ ନବୀନଙ୍କ ଚୌକି ଆଉ କିଏ ଛଡାଇ େନଇଯିବ ସେ ଭୟ ଆପାତତଃ ନାହିଁ। କାରଣ, ପ୍ୟାରୀ ବାବୁ ବିଜେଡିରୁ ବିଦା େହାଇ ଓଡ଼ିଶା ଜନମୋର୍ଚ୍ଚା ଗଠନ କରି େଯବେ ୨୦୧୪ରେ ଜନମତ େଲାଡିଥିଲେ, େସତେବେଳେ ୧% େଭାଟର ମଧ୍ୟ ତାଙ୍କ ସହିତ ଯାଇନଥିଲେ।

୨୦୧୯ ନିର୍ବାଚନ ଫଳାଫଳକୁ ନିେରଖି ଦେଖିଲେ, ଆହୁରି େଗାଟିଏ କଥା ଜଳ ଜଳ ହୋଇ ଦିଶୁଛି। ବିଜେଡିର କ୍ଷମତାଶାଳୀ ନେତାମାନେ ବିେରାଧୀ ପକ୍ଷକୁ ଯାଇ ଆଉ କ୍ଷମତାକୁ େଫରିପାରିନାହାନ୍ତି। ୮ଟି େଲାକସଭା ଆସନ ବିଜେପି ଦଖଲ କରିବାରେ ସକ୍ଷମ େହାଇଛି। ୨୩ ବିଧାୟକ ଜିତିଛନ୍ତି। ହେଲେ ଦୁଇ ଥର େକନ୍ଦ୍ରାପଡାରୁ ସାଂସଦ ବୈଜୟନ୍ତ ପଣ୍ଡା ଲକ୍ଷାଧିକ େଭାଟରେ ହାରିଛନ୍ତି। ଲଗାତର ଜିତି ଆସୁଥିବା ଡାକ୍ତର ରାଉତ ତୃତୀୟ ସ୍ଥାନକୁ ଖସିଛନ୍ତି। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ନବୀନ ବିଜେଡିର ସର୍ବେସର୍ବା, ସର୍ବମାନ୍ୟ େନତା। ମଞ୍ଚ ଉପରେ େଗାଟିଏ ଆସନ ପଡୁଛି। ବିଜେଡି ବିଧାୟକମାନେ ତାଙ୍କୁ ନେତା ନିର୍ବାଚିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୨ େମ’୨୯ ତାରିଖ ଘଟଣା ପରେ କ୍ଷମତାଶାଳୀ ମନ୍ତ୍ରୀଙ୍କୁ ପଦଚ୍ୟୁତ କରାଯାଇଥିଲା। ବିଧାୟକ ନିଲମ୍ବିତ େହାଇଥିଲେ। ପ୍ରଶାସନିକ ଅଧିକାରୀମାନେ ବି ଦଣ୍ଡରୁ ମୁକ୍ତିପାଇନଥିଲେ।

ସେଂଯାଗବଶତଃ, ଆଜି ଦିନଟି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କ ଜନ୍ମଦିନ।

ସମ୍ବନ୍ଧିତ ଖବର