ମେ ୨୯ରୁ ସପ୍ତାହକୁ ଦୁଇ ଦିନ ଚାଲିବ ଅଗରତାଲା-ବାଙ୍ଗାଲୋର ହମ୍‌ସଫର ଏକ୍ସପ୍ରେସ୍‌

ଭୁବନେଶ୍ୱର: ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ହମ୍‌ସଫର ଏକ୍ସପ୍ରେସ୍‌ ଏବେ ସପ୍ତାହକୁ ଦୁଇଦିନ ଚାଲିବ। ଚଳିତ ମାସ ୨୯ ତାରିଖରୁ ଏହା ଲାଗୁହେବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ସପ୍ତାହର ଶନିବାର ଏବଂ ମଙ୍ଗଳବାର ଏହି ଟ୍ରେନ୍‌ ଅଗରତାଲାରୁ ଛାଡ଼ିବ। ସେହିପରି ଜୁନ୍‌ ୨ ତାରିଖରୁ ବାଙ୍ଗାଲୋରରୁ ଏହି ଗାଡ଼ି ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡ଼ିବ। ପୂର୍ବତଟ ରେଳପଥ ମଧ୍ୟରେ ଏହି ଗାଡ଼ି ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଧାରୋଡ୍‌, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍‌ ରୋଡ୍‌, ବିଜୟନଗରମ୍‌, ବିଶାଖାପାଟଣା ଓ ଦୁଭାଡ଼ା ଆଦି ଷ୍ଟେସନ୍‌ରେ ଉଭୟ ଦିଗରୁ ଯାତ୍ରା କରିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର