ଯାଜପୁର: ଗତ ୨୪ ଘଣ୍ଟାରେ ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏସଆରସି ବୈତରଣୀ ନଦୀରେ ଏକ ବଡ ବନ୍ୟା ଆଶଙ୍କା କରିଛି। ତେଣୁ ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବା ସହ ତୁରନ୍ତ ଆବଶ୍ୟକୀୟ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବନ୍ୟା ହେଲେ କୋରେଇ, ଯାଜପୁର,ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ବିଭିନ୍ନ ଅଂଚଳ ପ୍ରଭାବିତ ହେବ। ତେଣୁ ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲି ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ରହିବା ପାଇଁ ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ସ୍କୁଲଗଡ଼ିକୁ ଖୋଲା ରଖିବାକୁ ଜିଲ୍ଲାପାଳ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହ ଲୋକମାନେ ଯେପରି ସୁରକ୍ଷିତ ରହିପାରିବେ ସେ ନେଇ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ କୁହାଯାଇଛି।
ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ଏହି ପ୍ରଭାବିତ ଅଞ୍ଚଳରେ ଥିବା ପ୍ରସୂତି , ଗର୍ଭବତୀ ଓ ଛୋଟ ପିଲାଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି । ଆଜି ସଂଧ୍ୟା ସୁଦ୍ଧା ବନ୍ୟା ଜଳ ନଦୀରେ ପ୍ରବେଶ କରିବାର ସମ୍ଭାବନା ଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/WhatsApp-Image-2020-08-26-at-11.35.35.jpeg)