ମୟୂରଭଞ୍ଜ ବନ୍ଧନ ବ୍ୟାଙ୍କ୍‌ ଟଙ୍କା ଲୁଟ୍‌ ମାମଲା: ମ୍ୟାନେଜର୍‌ ଓ କର୍ମଚାରୀ ସମ୍ପୃକ୍ତ; ୩ ଲକ୍ଷ ୪୦ ହଜାର ଟଙ୍କା ଉଦ୍ଧାର

ମୟୂରଭଞ୍ଜ: ଏପ୍ରିଲ୍‌ ୫ ତାରିଖରେ ବନ୍ଧନ ବ୍ୟାଙ୍କ୍‌ ମାଣିତ୍ରୀ ଶାଖାର କର୍ମଚାରୀଙ୍କ ଠାରୁ ଲୁଟ୍‌ ହୋଇଥିବା ୩, ୪୦, ୦୦୦ ଟଙ୍କା ଉଦ୍ଧାର କରାଯିବା ସହ ଏଥିରେ ସମ୍ପୃକ୍ତ ବ୍ୟାଙ୍କ୍‌ ମ୍ୟାନେଜର, ଜଣେ କର୍ମଚାରୀ ଏବଂ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି।

ଅଭିଯୋଗକାରୀ ବ୍ୟାଙ୍କ୍‌ କର୍ମଚାରୀ ସୀତାରାମ ସାହୁ ଏବଂ ମ୍ୟାନେଜର ଭଜନ କର ମାମଲାର ମାଷ୍ଟର୍‌ମାଇଣ୍ଡ୍‌ ବୋଲି ତଦନ୍ତରୁ ଜଣାପଡ଼ିଛି। ସେମାନେ ଯୋଜନାବଦ୍ଧ ଭାବେ ଅନ୍ୟ ଜଣେ ପରିଚିତ ଲୋକଙ୍କ ଦ୍ୱାରା ଲୁଟ୍‌ ନାଟକ ଭିଆଇ ଥିଲେ।

ଉଭୟ ଏପ୍ରିଲ୍‌ ୫ ତାରିଖ ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ ବାରିପଦା ଆସି ବନ୍ଧନ ବ୍ୟାଙ୍ଗ୍‌ ବାରିପଦା ଶାଖାରୁ ୩, ୪୦, ୦୦୦ ଟଙ୍କା ଏନ୍‌କ୍ୟାସ୍‌ କରି ଏକ କଳା ରଙ୍ଗର ଏୟାର୍‌ ବ୍ୟାଗ୍‌ରେ ଭର୍ତ୍ତି କରି ଏକ ମୋଟର୍‌ ସାଇକେଲ୍‌ରେ ବେତନଟୀ ଫେରିଥିଲେ। ଯୋଜନାନୁସାରେ, ସୀତାରାମ ସାହୁ ତାଙ୍କର ଘନିଷ୍ଠ ବନ୍ଧୁ ବ୍ରଜ ଶେଖର ପ୍ରଧାନଙ୍କୁ ଫୋନ୍‌ କରି ଡକାଇବାରୁ ସେ ତାଙ୍କ ସିଟି ହୋଣ୍ଡା ଜେଡ୍‌ଏକ୍ସ କାର୍‌ ନେଇ ବେତନଟୀରେ ପହଞ୍ଚିଥିଲେ। ତା’ପରେ ଟଙ୍କା ବ୍ୟାଗ୍‌ ସହ ସୀତାରାମଙ୍କ ମୋବାଇଲ୍‌ ଫୋନ୍‌ ତାଙ୍କୁ ଦେଇ ଦେବା ପରେ ସେ ଚାଲିଯାଇ ଥିଲେ। ତା’ପରେ ପରେ ଉଭୟ ସୀତାରାମ ଓ ଭଜନ ଥାନାରେ ଲୁଟ୍‌ ସଂକ୍ରାନ୍ତରେ ଅଭିଯୋଗ କରି ୪ ଅଜ୍ଞାତ ଲୁଟେରାଙ୍କ ନାଁରେ ଏଫ୍‌ଆଇଆର୍‌ ଦାଏର କରିଥିଲେ। ଏହା ପୂର୍ବରୁ ପ୍ରମାଣ ନଷ୍ଟ କରିବା ପାଇଁ ଭଜନ ନିଜ ମୋବାଇଲ୍‌ ଫୋନ୍‌ଟିକୁ ନଈକୁ ଫିଙ୍ଗି ଦେଇଥିଲେ।

ମୟୂରଭଞ୍ଜ ଏସ୍‌ପିଙ୍କ ନିର୍ଦେଶରେ ପୁଲିସ ଅତ୍ୟାଧୁନିକ ଟେକ୍‌ନୋଲଜି ବ୍ୟବହାର କରି ଚୋର ଧରିବାରେ ସମର୍ଥ ହୋଇଥିଲେ। ପୁଲିସ ପ୍ରଥମେ ବ୍ରଜ ଶେଖରଙ୍କୁ ଧରିବା ପରେ ତାଙ୍କ ଠାରୁ ଅନ୍ୟ ଦୁଇ ଜଣଙ୍କ ସୂଚନା ପାଇଥିଲା।

ସମ୍ବନ୍ଧିତ ଖବର