ବାରିପଦାରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ବବି

କ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ, ବିଜେଡି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବାରିପଦା : ଲଗାଣ ବର୍ଷା ଫଳରେ ବାରିପଦାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜର ଦଳୀୟ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି। ଆଜି ଅପରାହ୍ନରେ ବାରିପଦାରେ ପହଞ୍ଚି ବବି ବୁଢ଼ାବଳଙ୍ଗ ନଦୀ ନିକଟବର୍ତ୍ତୀ ଅଞ୍ଚଳ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତଙ୍କ ହାନୀଲାଭ ପଚାରି ବୁଝିଥିଲେ। ପ୍ରଭାବିତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ଶ୍ରୀ ଦାସ ପ୍ରଶାସନ ସହିତ ଆଲୋଚନା କରିଥିଲେ।

ସେହିପରି କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିବା ସହିତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଦଳୀୟ କର୍ମୀଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ବର୍ଷା ଫଳରେ ଘର ଭାଙ୍ଗି ବାତ୍ୟା ଆଶ୍ରୟସ୍ଥଳରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ ଶ୍ରୀ ଦାସ। ଏହି ଅବସରରେ ଭୁବନେଶ୍ବର ଉତ୍ତର ବିଧାୟକ ତଥା ବାରିପଦା ପର୍ଯ୍ୟବେକ୍ଷକ ସୁଶାନ୍ତ ରାଉତ(ବାପୁ)ଙ୍କ ସମେତ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ରାଜ୍ୟ ସାଧାରଣ ସଂପାଦକ ଦେବାଶିଷ ମାର୍ଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, କୃଷ୍ଣ ଦାସ, ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ବାରିପଦା : ଲଗାଣ ବର୍ଷା ଫଳରେ ଘର ଭାଙ୍ଗିଯାଇଥିବା ପରିବାର ନିକଟରେ ପହଞ୍ଚିଥିଲେ ସ୍ଥାନୀୟ ବିଜେଡି ନେତା ଓ କର୍ମୀ। ଆଜି ଭୋର୍ ସମୟରୁ ହିଁ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ତଥା ଜୀବନବିନ୍ଦୁ ସଂଯୋଜକ ଦେବାଶିଷ ମହାନ୍ତି କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ସେହିପରି ମଧ୍ୟାହ୍ନରେ ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ୱାର୍ଡ ନଂ-୧୦ରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବାରିପଦା ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଦେବାଶିଷ ମାର୍ଣ୍ଡି, ସାନନ୍ଦ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ବିଭିନ୍ନ ୱାର୍ଡରେ ମଧ୍ୟ ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି(ବାଦଲ)ଙ୍କ ନେତୃତ୍ବରେ ପ୍ରଭାତ ନାୟକ, କୃଷ୍ଣ ଦାସ, ଅରୁଣ ବରାଡ଼, ସୁନୀଲ ନାୟକ, ଶିବୁ ରଣା, ଶ୍ରବଣ ଗୋପ ପ୍ରମୁଖ କ୍ଷତିଗ୍ରସ୍ତ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେଇଥିଲେ।

ସମ୍ବନ୍ଧିତ ଖବର