ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି : ଆଜି ମୟୂରଭଞ୍ଜ ବନ୍ଦ

ବାରିପଦା : ଉତ୍ତର ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଶନିବାର ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଜେଏମ୍‌ଏମ୍‌। ଉତ୍ତର ଓଡ଼ିଶାର ଲୋକଙ୍କ ଦାବିକୁ ଦୀର୍ଘ ଦିନରୁ ଅଣଦେଖା କରାଯାଉଛି। ଆଉ ଏହାର ପ୍ରତିବାଦରେ ଦଳ ବନ୍ଦ ପାଳନ କରିବ ବୋଲି କହିଛନ୍ତି ଜେଏମ୍‌ଏମ୍‌ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କଳିଙ୍ଗ କେଶରୀ ଜେନା। ଏହି ବନ୍ଦକୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା। ଏହି ‘ବନ୍ଦ’ରେ ରାଇରଙ୍ଗପୁର, ବେତନଟୀ, କରଞ୍ଜିଆ, ଉଦଳା ଓକିଲ ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର