ବାରିପଦା : ଦେଓ ଜଳ ସେଚନ ପ୍ରକଳ୍ପର ଅଗ୍ରଗତି ଓ ଏହାର ସମ୍ପୂର୍ଣ୍ଣ ରୂପାୟନକୁ ନେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ବାରିପଦାଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କରଞ୍ଜିଆ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ୱାଳ, ଦେଓ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବାଦଲ କୁମାର ସାହୁ, ଦେଓ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପାଣିଗ୍ରାହୀ, ସ୍ୱତନ୍ତ୍ର ଭୂ-ଅର୍ଜନ, ବିସ୍ଥାପନ ଓ ଥଇଥାନ ଅଧିକାରୀ ଦୁଃଖବନ୍ଧୁ ନାଏକ ପ୍ରମୁଖ ଯୋଗ ଦେଇଥିବା ସମୟରେ ପ୍ରକଳ୍ପର ମୁଖବନ୍ଧରେ କିପରି ଜଳ ଧାରଣ କରାଯାଇ ପାରିବ ଏବଂ ଆସନ୍ତା ଖରିଫ ଋତୁରେ କେନାଲ ମାଧ୍ୟମରେ ଚାଷ ଜମିଗୁଡ଼ିକୁ କିପରି ଜଳ ସେଚିତ କରାଯାଇ ପାରିବା ସହ ବିସ୍ଥାପିତମାନଙ୍କ ବିସ୍ଥାପନରେ ଅଗ୍ରଗତିକୁ ନେଇ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସମୀକ୍ଷା କରିବା ସଂଗେସଂଗେ ପ୍ରସ୍ତାବଗୁଡ଼ିକୁ ତ୍ୱରାନ୍ୱିତ କରାଇବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଦେଓ ଜଳ ସେଚନ ପ୍ରକଳ୍ପର ଅଗ୍ରଗତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା
/sambad/media/post_attachments/wp-content/uploads/2020/10/IMG-20200930-WA0006.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)