ବାରିପଦା: ଜିଲ୍ଲାର ବିକାଶ ପାଇଁ ହେବାକୁ ଥିବା ବିଭିନ୍ନ ଯୋଜନାର ରୂପାୟନ ନିମନ୍ତେ ଗଠିତ ଜିଲ୍ଲା ଯୋଜନା କମିଟି। ମାତ୍ର ମୟୂରଭଞ୍ଜରେ ୨ବର୍ଷ ୩ମାସରୁ ଊର୍ଧ୍ବ ହେବ ବସିନି ଜିଲ୍ଲା ଯୋଜନା କମିଟି(ଡିପିସି) ବୈଠକ। ୨୯ ଅଗଷ୍ଟ ୨୦୧୮ରେ ତତ୍କାଳୀନ ଡିପିସି ଅଧ୍ୟକ୍ଷ ତଥା ଉଦଳା ବିଧାୟକ ଥିବା ଗୋଲକ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଥିଲା ଶେଷ ବୈଠକ। ଏହା ମଧ୍ୟରେ ଗତବର୍ଷ ସାଧାରଣ ନିର୍ବାଚନ ପରେ ଅଗଷ୍ଟ ମାସରେ ପଞ୍ଚାୟତିରାଜ, ଆଇନ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଥିବା ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ମନୋନୀତ କରିଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଏହା ଯେ ମନ୍ତ୍ରୀ ଶ୍ରୀ ଜେନା ଡିପିସି ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବାର ପ୍ରାୟ ୧ ବର୍ଷ ଦୁଇ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଥରୁଟିଏ ହେଲେ ସୁଦ୍ଧା ଡିପିସି ବୈଠକ ବସିପାରିନାହିଁ। ଏହା ମଧ୍ୟ ମନ୍ତ୍ରୀ ଶ୍ରୀ ଜେନା ଅନେକଥର ଜିଲ୍ଲାକୁ ଆସିଛନ୍ତି। ମାତ୍ର ଜିଲ୍ଲାର ବିକାଶ ନେଇ ହେବାକୁ ଥିବା ଯୋଜନାର ବୈଠକ କରିପାରିନାହାନ୍ତି। ଅଥଚ ଏହା ଅଧିନରେ ଥିବା କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡ(ସିଜିଏଫ)ରୁ ମନଇଛା ପ୍ରକଳ୍ପ ଅନୁମୋଦନ କରାଯାଇଥିବା ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଅଭିଯୋଗ କରିଛନ୍ତି।
ଏହି ଫଣ୍ଡ୍ରୁ ପ୍ରତି ନିର୍ବାଚନମଣ୍ଡଳୀକୁ ପ୍ରାୟ ୩୦ଲକ୍ଷର ପାଣ୍ଠି ଆସିଥାଏ। ସାଧାରଣତଃ ଏହି ପାଣ୍ଠିରୁ ଉକ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦିତ କରାଯାଇଥାଏ। ମାତ୍ର ଜିଲ୍ଲାରେ ଚଳିତ ଥର କିନ୍ତୁ ସ୍ଥାନୀୟ ବିଧାୟକମାନଙ୍କୁ ଅଣଦେଖା କରି ଡିପିସି ଚେୟାରମ୍ୟାନ୍ ଥିବା ମନ୍ତ୍ରୀ ଏବଂ କିଛି ଅସାଧୁ ଅଫିସର୍ ମନଇଛା ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଏହା ସେମାନଙ୍କୁ ସୁହାଇବା ଭଳି କିଛି ଅସାଧୁ ଠିକାଦାର ଏବଂ ଶାସକ ଦଳର ନେତାଙ୍କ ହିତରେ ଆସିବା ଭଳି ପ୍ରସ୍ତୁତ କରାଯାଇଥିବା ବିଧାୟକ ଶ୍ରୀ ସୋରେନ୍ ଅଭିଯୋଗ କରିଛନ୍ତି। ଏହି ପାଣ୍ଠିର ଉପଯୋଗ ନିମନ୍ତେ ସ୍ଥାନୀୟ ବିଧାୟକମାନଙ୍କ ସହିତ ପରାମର୍ଶ କରାଯିବା ଏବଂ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ଗୁରୁତ୍ବ ଦେବାକୁ ରାଜ୍ୟ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
Photo: orissadiaryଏନେଇ ଚଳିତ ବର୍ଷ ଏପ୍ରିଲ୍ରେ ଆସିଥିବା ଚିଠି ଅନୁଯାୟୀ ଜିଲ୍ଲାରୁ ବିଜେପିରୁ ନିର୍ବାଚିତ ବିଧାୟକମାନେ ପ୍ରକଳ୍ପ ପ୍ରସ୍ତାବ ଦେଇଥିଲେ। ମାତ୍ର କୌଣସି ଡିପିସି ବୈଠକ ନକରି ମନମୁଖୀଭାବେ ଶାସକ ଦଳର ନେତା ଏବଂ ଠିକାଦାରଙ୍କୁ ସୁହାଇବା ଭଳି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ଏବଂ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ ଏବଂ ପକ୍ଷପାତିତା ବୋଲି ମୟୂରଭଞ୍ଜରୁ ନିର୍ବାଚିତ ହୋଇଥିବା ବିଜେପିର ବିଧାୟକମାନେ ଅଭିଯୋଗ କରିଛନ୍ତି। ଏନେଇ ଆଜି ବାରିପଦା ବିଧାୟକ ପ୍ରକାଶ ସୋରେନ୍, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ତୁରନ୍ତ ଅନୁମୋଦନ ହୋଇଥିବା ପ୍ରକଳ୍ପଗୁଡ଼ିକୁ ବାତିଲ କରାଯାଇ ବିଧାୟକମାନେ ଦାଖଲ କରିଥିବା ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିବାକୁ ଦାବି କରାଯାଇଛି। ଏହାନେହେଲେ ଜିଲ୍ଲାର ନିର୍ବାଚିତ ବିଧାୟକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଧାୟକ ଶ୍ରୀ ସୋରେନ୍ ପ୍ରକାଶ କରିଛନ୍ତି। ୨୦୧୮ରେ ହୋଇଥିବା ଜିଲ୍ଲା ଯୋଜନା କମିଟି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ୩୩କୋଟି ୫୫ଲକ୍ଷ୧୮ହଜାର ଟଙ୍କାର ଯୋଜନା ଅଟକଳକୁ ଅନୁମୋଦନ କରାଯାଇଥିଲା। ମାତ୍ର ଦୁଇବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଡିପିସି ବୈଠକ ନବସିବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ସୋରେନ୍ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/456234bb-4bb2-4566-983e-35ec67dcc630.jpg)