ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ଜିଲ୍ଲା ସିପିଆଇ ପକ୍ଷରୁ ସମର୍ଥନ ଘୋଷଣା

ବାରିପଦା : ତ୍ରୁଟିପୂର୍ଣ୍ଣ ଓ କର୍ପୋରେଟ୍‌ ସ୍ୱାର୍ଥକୁ ସୁହାଉଥିବା କୃଷି ବିଲ୍‌କୁ ବିରୋଧ କରି ସର୍ବଭାରତୀୟ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀରେ ଆନ୍ଦୋଳନ ଜାରି ରହିଛି। ଏହି କ୍ରମରେ ଚଳିତ ମାସ ୮ ତାରିଖରେ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୟୂରଭଞ୍ଜ ଶାଖା । ତାଲାବନ୍ଦ ପରେ ଦେଶର ପ୍ରମୁଖ ଅନ୍ନଦାତା ସଂଗଠନ ତଥା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ପରାମର୍ଶ ନ ନେଇ ୩ଟି କୃଷି ଓ କୃଷକ ବିରୋଧୀ କଳା ଆଇନ ପାରିତ କରାଇ କୃଷକର ଅଧିକାରକୁ ଛଡ଼ାଇ ନେଇ କୃଷି କାର୍ଯ୍ୟରେ ପୁଞ୍ଜିବାଦୀ ବ୍ୟବସ୍ଥାକୁ ବଳପୂର୍ବକ ଲଦି ଦେଇଛନ୍ତି । ଯାହାଫଳରେ ଆଜି ସମଗ୍ର ଦେଶରେ କୃଷକ ଆନ୍ଦୋଳନ ଓ ବିଦ୍ରୋହ ମୁଣ୍ଡ ଟେକି ଉଠିଛି । ଏଥି ସହିତ ଦଳର ସମସ୍ତ ଗଣସଂଗଠନ ବନ୍ଦ ଆନ୍ଦୋଳନକୁ ସମର୍ଥନ ଓ ସହଯୋଗ ଜାରି ରଖି ରାଜରାସ୍ତାକୁ ଓହ୍ଲାଇବ ବୋଲି ସିପିଆଇର ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେବା ସାଙ୍ଗକୁ ସଫଳ କରାଇବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର