ରାଇରଙ୍ଗପୁର: ଆଉ କେଇଟା ଦିନପରେ ସାଧାରଣ ନିର୍ବାଚନ। ଏନେଇ ସମସ୍ତ ଦଳ ପକ୍ଷରୁ କସରତ ବର୍ତ୍ତମାନଠାରୁ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦଳର ନେତା ଓ କର୍ମୀ ନିଜ ପସନ୍ଦର ଦଳରେ ଯୋଗଦେଉଛନ୍ତି। କିଛି ନେତା ଓ କର୍ମୀ ଦଳ ଛାଡ଼ି ଅନ୍ୟ ଦଳକୁ ଯାଇ ପୁଣି ଥରେ ପୂର୍ବରେ ଥିବା ଦଳକୁ ବାହୁଡୁଛନ୍ତି। ବିଜେପିର ପଶ୍ଚିମ ମୟୂରଭଂଜ ସାଂଗଠନିକ ଜିଲ୍ଲାର ଉପସଭାପତି ଇଶାନ କୁମାର ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ୍ ପାତ୍ର, ମୟୂରଭଂଜ ଜିଲ୍ଲା ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି।
ଦଳରେ ସାମିଲ ହୋଇଥିବା ଇଶାନ କୁମାର ମିଶ୍ର ଓ ସମସ୍ତ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା ଦଳକୁ ସ୍ୱାଗତ କରିଛନ୍ତି। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ମୟୂରଭଂଜ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ଅଧିକ ମଜବୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା କହିଛନ୍ତି। ଏହି ମିଶ୍ରଣ ପର୍ବରେ ମୟୂରଭହଜ-୨ ସଭାପତି କାଶୀନାଥ ହେମ୍ବ୍ରମ, ଯୁବ ବିଜେଡି ସଭାପତି ତଥା ରାଇରଙ୍ଗପୁର ପୌରପରିଷଦର ଅଧକ୍ଷ ଅଭିଷେକ ପଟ୍ଟାନାୟକ, ମୟୂରଭଂଜ-୨ ମହିଳା ସଭାପତି ତନୁଜା ମହାନ୍ତ, ସହ ପର୍ଯ୍ୟବେକ୍ଷକ ସୁବ୍ରତ୍ ଛଟୋଇ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ହରମୋହନ ବେହେରା, ସତ୍ୟବାନ ବସା, ଶୁକଦେବ ସାହୁ, ମଣ୍ଡଳ ଉପସଭାପତି ସଞୟ ବେହେରା, ପୂର୍ବତନ ସମିତିସଭ୍ୟ କଳ୍ପତରୁ ପରମାଣିକ, ସକ୍ରିୟ ସଦସ୍ୟ ଅନଙ୍ଗ ବେହେରା, ମନୋଜ ବାରିକ, ସୁବାଷ ମହାନ୍ତି, ଗୁରୁଚରଣ ମହାନ୍ତ, ଦେବାନନ୍ଦ ବାରିକ, ପ୍ରମୋଦ ମହାନ୍ତ, ରମାକାନ୍ତ ମହାନ୍ତ, ମାନସ କରଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜେଡରେ ସାମିଲ ହୋଇଛନ୍ତି। ଶେଷରେ ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଇଶାନ କୁମାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦଳରେ ରହି ବିଜେଡିର ବିଧାୟକ ପ୍ରାର୍ଥୀ ସାଇବା ସୁଶିଲ କୁମାର ହାଁସଦାଃଙ୍କୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କୌଣସି କାରଣରୁ ବିଜେଡି ଛାଡି ବିଜେପିରେ ଯୋଗଦେଇ ବିଜେପି ପ୍ରାର୍ଥୀ ନବଚରଣ ମାଝୀଙ୍କୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ।