ମୟୂରଭଞ୍ଜରେ ଥମୁନି ହାତୀ-ମଣିଷ ଲଢ଼େଇ: ୨ ମାସରେ ଗଲାଣି ୧୦ ଜୀବନ

ଦୁଇଦିନରେ ଆଖି ବୁଜିଲେଣି ୨ ହାତୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ବର୍ଷ ଧରି ଜାରି ରହିଥିବା ହାତୀ- ମଣିଷ ଲଢ଼େଇ ଥମିବାର ନାଁ ନେଉନି। ଗଲା ୨ ମାସରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଯାଇଛି। କେବଳ ଯେ ମଣିଷଙ୍କ ଜୀବନ ଯାଉଛି ତା ନୁହେଁ, ଗତ ୨ ଦିନରେ ଜିଲ୍ଲାରେ ୨ଟି ହାତୀଙ୍କ ମୃତ୍ୟୁ ହେଲାଣି। ହାତୀ ମୃତ୍ୟୁ ବାବଦରେ ବନ ବିଭାଗ ମୁହଁ ଖୋଲୁନାହିଁ।

ବାରିପଦା ବନଖଣ୍ଡରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ। ଏହି ବନଖଣ୍ଡ ସତେ ଯେମିତି ଝାଡ଼ଖଣ୍ଡ ହାତୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ୫ ବର୍ଷ ପୂର୍ବେ ଝାଡ଼ଖଣ୍ଡରୁ ଯେଉଁ ହାତୀପଲ ଆସିଛନ୍ତି ଆଉ ଫେରିବାର ନ ଧରୁନାହାନ୍ତି। ଏହି ପଲରେ ମୋଟ ୭୦ଟି ହାତୀ ଅଛନ୍ତି। ସେଥିମଧ୍ୟରୁ ୩୦ଟି ମାଈ, ୩୨ଟି ଦନ୍ତା ଓ ୮ଟି ଛୁଆ ହାତୀ ଥିବା କୁହାଯାଉଛି। ପ୍ରଥମେ ଗୋଟିଏ ଦଳ‌ରେ ବୁଲୁଥିବା ଏହି ହାତୀଗୁଡ଼ିକ ଗତ ୬ ମାସ ହେବ ଭାଗ ଭାଗ ହୋଇ ବୁଲୁଛନ୍ତି। ଗାଁ ଆଖପାଖରେ ଖାଦ୍ୟ ମିଳି ଯାଉଥିବାରୁ ଜଙ୍ଗଲକୁ ଫେରୁନାହାନ୍ତି। ଜନବସତି ପାଖରେ ରହୁଥିବାରୁ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ଜୀବନ ଯାଉଛି। ଗତ ୬ ମାସରେ ହାତୀ ଆକ୍ରମଣରେ ଜିଲ୍ଲାର ୩୨ ଜଣଙ୍କ ଜୀବନ ଗଲାଣି।

ସମ୍ବନ୍ଧିତ ଖବର