ବାରିପଦା: ଭାରତର ପ୍ରଥମ ନାଗରିକ ମୟୂରଭଞ୍ଜ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଦ୍ବିତୀୟ ଥର ପାଇଁ ନିଜ ଜନ୍ମମାଟିକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି। ଗଲା ମେ ମାସରେ ତିନିଦିନିଆ ଗସ୍ତରେ ମୟୂରଭଞ୍ଜ ଆସିଥିଲେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ଆସନ୍ତାକାଲିର ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମନରେ ବେଶ ଉତ୍ସାହ ଓ ଉତ୍କଣ୍ଠା ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ବାରିପଦା ଓ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଡ୍ରୋନ୍ କ୍ୟାମେରା ଦ୍ବାରା ସତର୍କ ନଜର ରଖାଯାଇଛି। ଏହାଛଡ଼ା ବିଭିନ୍ନ ଜାଗାରେ ଜାମର୍ ମଧ୍ୟ ଲଗାଯାଇଛି। ୨ ଦିନ ପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି। ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ସହିଦ୍ ସ୍ମୃତି ଭବନ, ହେଲିପ୍ୟାଡ୍ ଓ ରାଇରଙ୍ଗପୁର ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp